ଉତ୍ତର ପିଢ଼ି
ଭଗ୍ନ ମୁଖଶାଳା, ଭବନ ଲାଞ୍ଛିତ ବିସ୍ମୃତ ବୀର କୀରତି ଶବ୍ଦ ଆଡ଼ମ୍ବରେ ବିଲୁପ୍ତ ଅସ୍ମିତା ଲୁଣ୍ଠିତ କଳିଙ୍ଗ ଛାତି ଶୁଭୁ ନାହିଁ ଆଉ ରଣହୁଙ୍କାର ଧରାଭେଦି ଗରଜନ ଆଖି ଖୋଲା କରି ସୋଇଛି ମୋ ଜାତି ସୁପ୍ତ ଗର୍ବ ଅଭିମାନ କି ଲାଭ ସଞ୍ଚିତ ଥିଲେ ଘରେ ଖଡ୍ଗ, ହାତରେ ନଥିଲେ ଦମ୍ଭ? ଭଗିନୀ ନିର୍ବସ୍ତ୍ର, ମା’ ମୋ ଲଜ୍ଜିତ ଧ୍ୱସ୍ତ ଗରିମାର ସ୍ତମ୍ଭ ! ମିଛ ପ୍ରମାଣିତ ନ ହେଉ ପୁରୁଣା ପ୍ରସ୍ତର ବିଦିତ ବାଣୀ ହାଥି…
କାନ୍ଦେ ମୋ ହୃଦୟ
କାନ୍ଦେ ମୋ ହୃଦୟ, ଥରିଉଠେ ପ୍ରତ୍ୟେକ ଲୋମକୂପ, ପଢ଼ିଲେ ପ୍ରତି ପ୍ରଭାତେ ଏହି ରକ୍ତରଞ୍ଜିତ ଖବର କାଗଜ । କେଉଁଠି ଲଞ୍ଛିତା ନାରୀର କରୁଣ ଆର୍ତ୍ତନାଦ ଭାସେ, କେଉଁଠି ଗଣଦୁଷ୍କର୍ମର ପିଶାଚୀୟ ଉଲ୍ଲାସ ହସେ । ନିର୍ଯାତିତାର ନିଷ୍ପାପ ନୟନେ ଅଶ୍ରୁର ଅବିରତ ଧାରା, ମାନବତାର ଶବପେଟିକାରେ ଲୁଚିଯାଏ ଆଜି ସତ୍ୟର ତାରା । କେଉଁଠି ରାଜନୀତିର କୁଟିଳ କୌଶଳ, କେଉଁଠି ଦୁର୍ନୀତିର ମହୋତ୍ସବ, ଧର୍ମ, ନ୍ୟାୟ, ନୀତି ସବୁ ହୋଇଯାଏ ନିରବ ନିଷ୍ପ୍ରଭ । ଚୋରି,…
ଅପରାଜିତା
ଅନୁପମ ଅରୁଣିମା ତନୁଧାରୀ ପୁଷ୍ପ ମଧ୍ୟେ ଅପରାଜିତା ! ତୁମେ ଦିପ୍ତିମୟୀ ପ୍ରତିମାଟିଏ ଯଦି ରୂପଦେଖି ପୃଥିବୀକୁ କେହି କେବେ ବଖାଣେ ତୁମ ରୂପ ଶୋଭା ପାଇ ମେଦିନୀ ବି ଗର୍ବ କରେ ଜର୍ଜରିତ ଘନ ବାଦଲ, ଘଡ଼ଘଡ଼ି, ବିଜୁଳି ସାଥେ ମାଆ କୁହେ ଜନ୍ମ କାଳେ ତୁମର ବରଷାର ଆଗମନେ ମାଟିର ବକ୍ଷ ଚିରି ପ୍ରକୃତିର କୋଳ ପରେ ନୀଳିମା ଅସରନ୍ତି ଢାଳିଦିଅ ବିନା ଦ୍ୱିଧାରେ ଜନ୍ମ ଯାର ମଞ୍ଜୁଳ ମରୀଚିକା ସୃଷ୍ଟିର ବିନାଶ ବେଳାରେ…
ଅପରାଜିତା
ତୁମେ ପରା ଅଟ ଅପରାଜିତା ମନ ମୋହିନିଏ ତୁମ ଲଟାର ଛଟା ତୁମେ ପରା ଅଟ ଅପରାଜିତା ଲତା ବର୍ଣ୍ଣ କୋଳେ ନୀଳ ରତନ ତାକୁ ଦେଖି ନାଚେ ହୃଦ ସ୍ପନ୍ଦନ ବାଉଁଶ ବାଡ଼ରେ ମାରେ ସାଉଁଟା ତୁମେ ପରା ଅଟ ଅପରାଜିତା ଗହଲ ଶ୍ୟାମଳ ପତ୍ରେ ସୁଶୋଭିତ ନୀଳ ଶାଢ଼ୀ ପିନ୍ଧି କରେ ବିମୋହିତ ଧରଣୀ ବୁକୁରେ ତୁମେ ତ ବିଜିତା ତୁମେ ପରା ଅଟ ଅପରାଜିତା ତୁମ ନୀଳ ରୂପେ ଭରିଛି ପ୍ରେମ ପବିତ୍ର…


