ତାନିଆ ପଟେଲ

ତାନିଆ ପଟେଲ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିଥାନ୍ତି । ଏତଦ୍ ବ୍ୟତୀତ ସେ ତାଙ୍କ ନିଜ ରଚନାର ଉପସ୍ଥାପନା କରି ମଧ୍ୟ ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ୍ କରିଥାନ୍ତି ।

Odia Poem Kande Mo Hrudaya (କାନ୍ଦେ ମୋ ହୃଦୟ) by Tania Patel

କାନ୍ଦେ ମୋ ହୃଦୟ

କାନ୍ଦେ ମୋ ହୃଦୟ, ଥରିଉଠେ ପ୍ରତ୍ୟେକ ଲୋମକୂପ, ପଢ଼ିଲେ ପ୍ରତି ପ୍ରଭାତେ ଏହି ରକ୍ତରଞ୍ଜିତ ଖବର କାଗଜ । କେଉଁଠି ଲଞ୍ଛିତା ନାରୀର କରୁଣ ଆର୍ତ୍ତନାଦ ଭାସେ, କେଉଁଠି ଗଣଦୁଷ୍କର୍ମର ପିଶାଚୀୟ ଉଲ୍ଲାସ ହସେ । ନିର୍ଯାତିତାର ନିଷ୍ପାପ ନୟନେ ଅଶ୍ରୁର ଅବିରତ ଧାରା, ମାନବତାର ଶବପେଟିକାରେ ଲୁଚିଯାଏ ଆଜି ସତ୍ୟର ତାରା । କେଉଁଠି ରାଜନୀତିର କୁଟିଳ କୌଶଳ, କେଉଁଠି ଦୁର୍ନୀତିର ମହୋତ୍ସବ, ଧର୍ମ, ନ୍ୟାୟ, ନୀତି ସବୁ ହୋଇଯାଏ ନିରବ ନିଷ୍ପ୍ରଭ । ଚୋରି,…

ଅଧିକ ପଢ଼ନ୍ତୁ
Nijaku Khoju Khoju

ନିଜକୁ ଖୋଜୁ ଖୋଜୁ

ଅନେକ ଥର କଲମ ଧରେ ମନ ଭିତରେ ଥିବା କଥା ସବୁ ଲେଖିବା ପାଇଁ । ହେଲେ ନିଜ ମନ ଭିତରେ ନିଜକୁ ଖୋଜୁ ଖୋଜୁ କେଜାଣେ କେଉଁଠି ହଜିଯାଏ ମୁଁ । କହି ପାରେନି କଲମକୁ କି ସେ ଦେଇଦେବ ଅକ୍ଷରର ରୂପ ମୋ ମନରେ ଥିବା ଭାବକୁ ଭୟ ଲାଗେ କାଳେ କିଏ ପଢ଼ିଦେବ ଜାଣିଦେବ ମୋ ଦୁର୍ବଳତା, ପଢ଼ିଦେବ ସେ ସବୁକଥା ଯେଉଁଟା ମୁଁ କହିନି କାହାକୁ । ଅନେକଥର ପାଦ ଛନ୍ଦି ହୋଇଯାଏ ପରିସ୍ଥିତି ଆଗରେ,…

ଅଧିକ ପଢ଼ନ୍ତୁ
Shahid Jawan

ଶହୀଦ ଯବାନ

ମାଟିରୁ ଗଢ଼ା ଏ ଦେହ ମାଟିରେ ମିଶୁ ଯାଇଛି, ଥକି ଯାଇଥିବା ମୋର ଏ ଶରୀର ତା’ ମାଆ କୋଳେ ଶୋଇଛି, ମରିନି, ଏବେବି ମୁଁ ବଞ୍ଚିଛି । ଆରପାରିରେ ରହି ମୁଁ ଦେଖିଥିବା ସେଇ ସ୍ୱାଧିନତାର ସ୍ୱପ୍ନ ପୂରଣ ପାଇଁ ଦିନ ଗଣୁଛି ମରିନି, ଏବେବି ମୁଁ ବଞ୍ଚିଛି । ଛିଡ଼ା ହୋଇ ମୋ ଉପରେ ଖେଳିବୁ ବୋଲି ତୁ ଗୁଳି ବନ୍ଧୁକ ସାଥିରେ ମୋ ହାଡ଼କୁ ମାଟିରେ ମିଶେଇଛି ମରିନି, ଏବେବି ମୁଁ ବଞ୍ଚିଛି । ଏକ ଅଖଣ୍ଡ…

ଅଧିକ ପଢ଼ନ୍ତୁ
jibana-eka-pasha-khela

ଜୀବନ ଏକ ପଶା ଖେଳ

ଜୀବନ ଏକ ପଶା ଖେଳ ସମୟ ଚଲାଏ ଦାଉ ଭାଗ୍ୟ ପକାଏ ଗୋଟି ଆଉ ବନ୍ଧା ପଡ଼ିଯାଏ ବ୍ୟକ୍ତି । ପ୍ରତ୍ୟେକ ଦିନ ବିବସ୍ତ୍ର ହୁଏ ଏଇ ଜୀବନ ରୂପି କୁରୁ ସଭାରେ ହାରି ଯାଇ ଏ ସମାଜର ଅସାମାଜିକ ନୀତି ନିୟମ ଆଗରେ । ପ୍ରତ୍ୟେକ ଦିନ ଦେଖେ ତା’ ହାରିଯାଇଥିବା ଛବିଟିକୁ ହତାସ ଛିଡ଼ା ହୋଇ ଦର୍ପଣଟି ସାମ୍ନାରେ । ଜଣାନାହିଁ କେତେବେଳେ ବନ୍ଧା ପଡ଼ିଯିବ ନିଜ ଅସ୍ତିତ୍ୱ ଜଣାନାହିଁ କେତେବେଳେ ନିଲାମ ହୋଇଜିବ ସଞ୍ଚିତ ସ୍ମୃତି ଟିକକ ।…

ଅଧିକ ପଢ଼ନ୍ତୁ
ma-kola

ମାଆ କୋଳ

ଏଇ ରଜନୀର ଅନ୍ଧକାରକୁ ବନ୍ଦ କରିବାପାଇଁ ଚାହେଁ ମୋ ଆଖି ପଲକରେ । ମୋ ଅଧରର ବାକ୍ ଶକ୍ତିକୁ ହଜେଇ ଦେବାପାଇଁ ଚାହେଁ ଏ ରାତିର ନିରବତାରେ । କିଛି କ୍ଷଣ ରୋକି ଦେଇ ପବନକୁ ବଦଳେଇବାକୁ ଚାହେଁ ମୋ ଶେଷ ନିଃଶ୍ୱାସରେ । କ୍ଲାନ୍ତ ମୋ ଏଇ ଶରୀରକୁ ଅଗ୍ନିର ଉଷ୍ମତାରେ କରି ପାଉଁଶ ଶୋଇଯିବାକୁ ଚାହେଁ ମା’ ତୋ କୋଳରେ । – ତାନିଆ ପଟେଲ ତାନିଆ ପଟେଲତାନିଆ ପଟେଲ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ,…

ଅଧିକ ପଢ଼ନ୍ତୁ