You are currently viewing ମାଆ କୋଳ
ମାଆ କୋଳ

ମାଆ କୋଳ

ଏଇ ରଜନୀର ଅନ୍ଧକାରକୁ
ବନ୍ଦ କରିବାପାଇଁ ଚାହେଁ
ମୋ ଆଖି ପଲକରେ ।

ମୋ ଅଧରର ବାକ୍ ଶକ୍ତିକୁ
ହଜେଇ ଦେବାପାଇଁ ଚାହେଁ
ଏ ରାତିର ନିରବତାରେ ।

କିଛି କ୍ଷଣ ରୋକି ଦେଇ ପବନକୁ
ବଦଳେଇବାକୁ ଚାହେଁ
ମୋ ଶେଷ ନିଃଶ୍ୱାସରେ ।

କ୍ଲାନ୍ତ ମୋ ଏଇ ଶରୀରକୁ
ଅଗ୍ନିର ଉଷ୍ମତାରେ କରି ପାଉଁଶ
ଶୋଇଯିବାକୁ ଚାହେଁ ମା’ ତୋ କୋଳରେ ।

ତାନିଆ ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାନିଆ ପଟେଲ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିଥାନ୍ତି । ଏତଦ୍ ବ୍ୟତୀତ ସେ ତାଙ୍କ ନିଜ ରଚନାର ଉପସ୍ଥାପନା କରି ମଧ୍ୟ ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ୍ କରିଥାନ୍ତି ।