Article Collection for Shubhapallaba

ଶୁଭପଲ୍ଲବର ଇ-ପତ୍ରିକାର ଆଗାମୀ ସଂସ୍କରଣ ପାଇଁ ସ୍ୱ-ଲିଖତ ଗପ, କବିତା, ପ୍ରବନ୍ଧ, ନାଟକ, ଏକାଙ୍କିକା, ବିଜ୍ଞାନ ସମ୍ବନ୍ଧୀୟ ଲେଖା, ସ୍ମୃତି-ଅନୁଭୂତି, ଜୀବନ ଶୈଳୀ, ରାନ୍ଧଣା, ଭ୍ରମଣ କାହାଣୀ, ଧାରାବାହିକ ଲେଖା ଆଦି ଆବଶ୍ୟକ ।

ନିୟମ:

  • ଲେଖା କେବଳ ଆମର ଇ-ମେଲ୍ ମଧ୍ୟମରେ ଗ୍ରହଣ କରାଯିବ । WhatsApp ମାଧ୍ୟମରେ କୌଣସି ବି ଲେଖା ଗ୍ରହଣ କରାଯିବ ନାହିଁ ।
  • ଲେଖା ଗ୍ରହଣ କରିବାର ସମୟସୀମା: ପ୍ରତ୍ୟେକ ମାସ ୧ରୁ ୧୦ ତାରିଖ । (ପଠାଇଥିବା ମାସର ପରମାସର ସଂସ୍କରଣରେ ହିଁ ଲେଖାଟି ପ୍ରକାଶ ପାଇବ ।)
  • ୧୦ ତାରିଖ ପରେ ଆସିଥିବା ଲେଖାଗୁଡ଼ିକ ହୁଏତ ଶୁଭପଲ୍ଲବ ଇ-ପତ୍ରିକା ପାଇଁ ଗ୍ରହଣ କରାଯାଇନପାରେ
  • କିନ୍ତୁ ଆସୁଥିବା ସମସ୍ତ ଲେଖା ଏବଂ ଇ-ପତ୍ରିକା ପାଇଁ ଯୋଗ୍ୟ ବିବେଚିତ ହେଉନଥିବା ଲେଖା ପ୍ରକାଶ ଉପଯୋଗୀ ହେଲେ ଶୁଭପଲ୍ଲବ ଓଡ଼ିଆ ପୋର୍ଟାଲ୍ କିମ୍ବା ଆମର ଅନ୍ୟ ଏକ ଇ-ପତ୍ରିକା ଶୁଭୋଦୟରେ ପ୍ରକାଶ ପାଇବ ।
  • ଲେଖା ପଠାଇବାବେଳେ ଇ-ମେଲ୍‌ରେ ଉଇନିକୋଡ଼୍‌ରେ (ଯେଉଁ ଓଡ଼ିଆ ଅକ୍ଷର ଆମେ ମୋବାଇଲ୍‌ରେ ପଢ଼ିପାରିବା । ଆକୃତି କିମ୍ବା ଶ୍ରୀଲିପି ଫଣ୍ଟରେ ନୁହେଁ) ଟାଇପ୍ ହୋଇଥିବା ପଠାଇବାକୁ ହେବ ।
  • ଲେଖା ପଠାଇବାବେଳେ ଧ୍ୟାନ ରଖିବେ, PDF ଫର୍ମାଟରେ ଲେଖା ଗ୍ରହଣୀୟ ହେବ ନାହିଁ । ତେଣୁ ସିଧାସଳଖ ଆପଣଙ୍କର ଲେଖାଟିକୁ ଇ-ମେଲ୍‌ରେ ପେଷ୍ଟ କରିପାରିବେ କିମ୍ବା Word ଫାଇଲ୍‌ରେ ପଠାଇପାବେ ।
  • ଲେଖାରେ ଲେଖକଙ୍କର ନାମ ରହିବା ନିତ୍ୟାନ୍ତ ଆବଶ୍ୟକ । ଛଦ୍ମନାମରେ କୌଣସି ପ୍ରକାରର ଲେଖା ପ୍ରକାଶ ପାଇବ ନାହିଁ ।
  • ଇ-ମେଲ୍ କରିବାବେଳେ ସାଙ୍ଗରେ ଫଟୋଟିଏ ପଠାଇବାକୁ ହେବ । ବିନା ଫଟୋରେ କୌଣସି ବି ଲେଖା ଶୁଭପଲ୍ଲବ କିମ୍ବା ଶୁଭୋଦୟ ଇ-ପତ୍ରିକା ଏବଂ ଶୁଭପଲ୍ଲବର କୌଣସି ବି ପୋର୍ଟାଲ୍‌ରେ ପ୍ରକାଶ ପାଇବ ନାହିଁ ।
  • ଯଦି ଆପଣ ଶୁଭପଲ୍ଲବକୁ କୌଣସି ଲେଖା ପଠାଉଛନ୍ତି, ତେବେ ଅତିକମ୍‌ରେ ୬ ମାସ ପର୍ଯ୍ୟନ୍ତ ସେହି ଲେଖାକୁ ଅନ୍ୟ କୌଣସି ପତ୍ରିକାକୁ ପଠାନ୍ତୁ ନାହିଁ ।
  • ଶୁଭପଲ୍ଲବରେ କାର୍ଯ୍ୟରତ ସମସ୍ତ ସଦସ୍ୟ ବ୍ୟକ୍ତିଗତ ସ୍ତରରେ ନିଜ ପେଶାରେ ନିୟୋଜିତ, ତେଣୁ ସୁବିଧା ଅସୁବିଧା କ୍ଷେତ୍ରରେ ଏହାର ସଂସ୍କରଣଗୁଡ଼ିକ ବିଳମ୍ବ ମଧ୍ୟ ହେଇପାରେ । ୧ ତାରିଖ ବଦଳରେ ବିଳମ୍ବରେ ମଧ୍ୟ ପ୍ରକାଶ ହୋଇପାରେ । ତେଣୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ଅନୁରୋଧ ।

Email: [email protected]
WhatsApp: +91 7008899643
Odia Portal: https://shubhapallaba.in
English Portal: www.shubhapallaba.com

ବି.ଦ୍ର: ଇ-ମେଲ୍ ଜରିଆରେ ଆସୁଥିବା ଲେଖା ମଧ୍ୟରୁ ବଛା ବଛା ଲେଖା ପ୍ରକାଶ ପାଇଥାଏ, ତେଣୁ ଅଯଥାରେ WhatsAppରେ କିମ୍ବା ଫୋନ୍‌ରେ ଗାଳି କରିଲେ କିଛି ଲାଭ ହେବ ନାହିଁ । ଯଦି କୌଣସି ବ୍ୟକ୍ତି ଏଭଳି କିଛି ପ୍ରୟାସ କରିବେ, ତାଙ୍କ ଲେଖାକୁ ବାଦ୍ ଦେବାକୁ ଆମେ ବାଧ୍ୟ ହେବୁ ।

Join Shubhapallaba Telegram Channel now

ତଥ୍ୟ ଗୋପନୀୟତା:

  • ଶୁଭପଲ୍ଲବକୁ ଲେଖା ପଠାଇବା ସମୟରେ ଯଦିଓ ଆମେ ସବୁ ଲେଖକମାନଙ୍କର ନାମ ଓ ଇ-ମେଲ୍ ବ୍ୟତୀତ କୌଣସି ଜିନିଷର ଏବେଯାଏଁ ଦରକାର କରିନାହୁଁ, କିନ୍ତୁ ସମୟ ସମୟରେ ଫୋନ୍ ନମ୍ବର, WhatsApp ନମ୍ବର, ଠିକଣା ଆଦି ଦରକାର କରିଛୁ । ଆପଣଙ୍କର ସମସ୍ତ ତଥ୍ୟ ଗୋପନୀୟ ଭାବରେ ଆମ ପାଖରେ ସୁରକ୍ଷିତ ରହିବାର ପ୍ରତିଶୃତି ଆମେ ଦେଉଛୁ ।
  • ହଁ, ଆପଣଙ୍କର WhatsAppକୁ କିମ୍ବା ଟେଲିଗ୍ରାମ୍‌କୁ ଆଉ ଇ-ମେଲ୍‌କୁ କେବେ କେବେ ଶୁଭପଲ୍ଲବର ନୂଆ ପତ୍ରିକା କିମ୍ବା ଶୁଭପଲ୍ଲବ ଷ୍ଟୋର୍‌ର ନୂଆ ଉତ୍ପାଦ ବିଷୟରେ କିଛି ତଥ୍ୟ ପଠାଇପାରୁ, ଯେଉଁଥିରେ କୌଣସି ପ୍ରକାରର ତଥ୍ୟ ବାହାରକୁ ଯିବ ନାହିଁ ।
  • ଶୁଭପଲ୍ଲବ ଷ୍ଟୋର୍‌ର ଗୋପନୀୟ ନୀତି ବିଷୟରେ ମଧ୍ୟ ଏହି ଲିଙ୍କ୍‌ରୁ ଅଧିକ ଜାଣିପାରିବେ । https://store.shubhapallaba.in/privacy-policy