You are currently viewing ବେଳେବେଳେ ଇଚ୍ଛାହୁଏ
ବେଳେବେଳେ ଇଚ୍ଛାହୁଏ

ବେଳେବେଳେ ଇଚ୍ଛାହୁଏ

ବେଳେବେଳେ ଇଚ୍ଛାହୁଏ
ଧକ୍କାଦେଇ ଉଠେଇ ଦେବାକୁ,
ଆଉ ପାଟିକରି କହିଦେବାକୁ
ପୌଷ ରାତିର ଶୀତକୁ ଘୋଡ଼ିହୋଇ
ନିଧଡ଼କ ଶୋଇଥିବା ଲମ୍ବା ରାତିର କାନରେ
କି କାହା କଥା ରହି ରହି ଖୁବ ମନେପଡ଼େ,
କହିଦେବାକୁ, ମୋ ଆଖିର ସ୍ବପ୍ନସବୁ
ଓହଳି ଝୁଲୁଛି ଗାଢ଼ ଅଳତାର ଧାରେ
ଛମ ଛମ ବାଜୁଥିବା ପାଉଁଜିର ନିକ୍ୱଣରେ,
ପୁଣି ଲଜ୍ଜା ତୁଳୀକାରେ ଅଙ୍କା ଭୃଳତା ଦ୍ୱୟର
ଦୂରତାକୁ ସଙ୍କୁଚିତ କରୁଥିବା କୁଙ୍କୁମ ବିନ୍ଦୁର
ତନ୍ଦ୍ରାଚ୍ଛନ୍ନ ସମ୍ମୋହନୀ ବାକ୍ୟ ସବୁ
ଗୁଞ୍ଜରିତ ହୁଏ କର୍ଣ୍ଣ ପଟଳରେ, ଅଳସୀ ରାତିରେ…

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।