ତାନିଆ ପଟେଲ

ତାନିଆ ପଟେଲ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିଥାନ୍ତି । ଏତଦ୍ ବ୍ୟତୀତ ସେ ତାଙ୍କ ନିଜ ରଚନାର ଉପସ୍ଥାପନା କରି ମଧ୍ୟ ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ୍ କରିଥାନ୍ତି ।

bhabi-ta-nathili-kebe

ଭାବି ତ ନଥିଲି କେବେ

ଭାବିନଥିଲି କେବେ ଅଚିହ୍ନା ପ୍ରାୟ ମୁଁ ହେବି ତୁମ ପାଇଁ ସେ ଦିନ ଜହ୍ନ ବୁଡ଼ିଗଲା ପରେ । ପ୍ରେମର ସଳିତା ଜାଳି ମୋ ହୃଦୟେ ସାଥେ ଥିବ ବୋଲି ଦେଖାଇ ଆଲୋକ ଛାଡ଼ି ଦେଲ ଏକା ଅନ୍ଧାର ଭିତରେ । ପରିସ୍ଥିତି ସାଥିରେ ବଞ୍ଚିବାକୁ କହି ଅଧରେ ମିଛ ହସିବା ଶିଖାଇ ଭୁଲିଗଲ କି ମତେ କିଛିଦିନରେ? ଖୋଜୁଛି ତୁମକୁ ତଥାପି ପାରୁନି କହି ଏତିକି ମାଗୁଣି, ମନେନକର ପଛକେ ଭୁଲିଯିବନି କେବେ ଏ ଜୀବନ ଭିତରେ । –…

ଅଧିକ ପଢ଼ନ୍ତୁ
jibanara-sesha-dina

ଜୀବନର ଶେଷ ଦିନ

ଜାଣିପାରନ୍ତି ଯଦି ମୁଁ ଆଜି ମୋ ଜୀବନର ଶେଷ ଦିନ ତଥାପି କ’ଣ ଆଜି ଯାଇଥାନ୍ତା ଠିକ୍ ସେମିତି ଗଲା ଦିନ ସବୁ ମୋର ବିତିଛି ଯେମିତି ନା… ମରିବା ଭୟରେ ବଞ୍ଚିଯାଇଥାନ୍ତି ସେ ସମୟକୁ ପ୍ରତ୍ୟେକଟି କ୍ଷଣ । ବଳକା ପଡ଼ିଯାଉଥିବା ସମୟ ସବୁ ହୁଏତ ସେଦିନ ପାଇଁ ପଡ଼ିଯାଆନ୍ତା ନିଅଣ୍ଟ ସୂର୍ଯ୍ୟ ଆଉ ଚନ୍ଦ୍ର ଉଦୟର ସୀମିତ ପରିସୀମା ଭିତରେ ହୁଏତ ମୋ ସ୍ୱପ୍ନ ସବୁ ପୂରଣ ହେବାପାଇଁ ଖୋଜୁଥାନ୍ତେ ବାଟ । ଲୁହ ଢାଳନ୍ତି ମନେପକାଇ…

ଅଧିକ ପଢ଼ନ୍ତୁ
tume

ତୁମେ

ତୁମେ ନୁହଁ ଛୋଟ ଗପଟିଏ ମୋ ଜୀବନ ପୁସ୍ତକର ଯାହାର ଥିବ ଅନ୍ତ ଆଉ ଆରମ୍ଭ, ତୁମେତ ସେଇ ଅସରନ୍ତି ପୃଷ୍ଠା ଯା’ ଦେହେ ଲେଖେ ମୁଁ କାହାଣୀ ମୋ ଅକୁହା ମନର । ଫୁଲଟିଏ ଅଟ ତୁମେ ଆଉ କାହା ବଗିଚାର ତୋଳିବାକୁ ସେ ଫୁଲକୁ ନାହିଁ ମୋର ଅଧିକାର, ହେଲେ ସେ ଫୁଲର ବାସ୍ନାକୁ କରିଛି ଆପଣା କେମିତି ବା କିଏ ତାକୁ କରିବ ମୋ ଠାରୁ ଦୂର । ସାଥି ହୋଇ ଥାଆନ୍ତି ସିନା ମେଳ…

ଅଧିକ ପଢ଼ନ୍ତୁ