ତୁମେ ନୁହଁ ଛୋଟ ଗପଟିଏ
ମୋ ଜୀବନ ପୁସ୍ତକର ଯାହାର ଥିବ ଅନ୍ତ ଆଉ ଆରମ୍ଭ,
ତୁମେତ ସେଇ ଅସରନ୍ତି ପୃଷ୍ଠା
ଯା’ ଦେହେ ଲେଖେ ମୁଁ କାହାଣୀ ମୋ ଅକୁହା ମନର ।
ଫୁଲଟିଏ ଅଟ ତୁମେ ଆଉ କାହା ବଗିଚାର
ତୋଳିବାକୁ ସେ ଫୁଲକୁ ନାହିଁ ମୋର ଅଧିକାର,
ହେଲେ ସେ ଫୁଲର ବାସ୍ନାକୁ କରିଛି ଆପଣା
କେମିତି ବା କିଏ ତାକୁ କରିବ ମୋ ଠାରୁ ଦୂର ।
ସାଥି ହୋଇ ଥାଆନ୍ତି ସିନା
ମେଳ ନାହିଁ ତାଙ୍କର,
ତୁମେ ଗୋଟେ ହେଲେ
ମୁଁ ଆଉ ଏକ ଧାର ଏ ଜୀବନ ନଈର ।
ଅସୀମ ସେଇ ନାମ ହିନ ସମ୍ପର୍କ
ଜୀବର ନୁହେଁ ଏ ମେଳ ତ ଆତ୍ମା ଦ୍ୱୟର,
ପ୍ରେମ ନୁହେଁ ପାଇବାର ନାମ
ସେଲାଗି କୃଷ୍ନ ସାଥେ ଯୋଡ଼ା ସଦା ନାମ ରାଧାର ।
– ତାନିଆ ପଟେଲ