ଆଜି ବି ମନେଅଛି
ଜହ୍ନ ରାତିର ସେଇ ବିକଟାଳ ରୂପ
କୋକିଶିଆଳିର ଲମ୍ବାରଡ଼ି କାନ୍ଦଣା
ରାତି ଶୁନ୍ ଶାନ୍,
କୁକୁର ସବୁ ଭୁକୁଛନ୍ତି
ଆଉ ମୁଁ ତୁମକୁ ଅନୁସରଣ କରୁଛି;
ପଛରୁ ହାତ ଠାରି ଡାକୁଛି
ହେଲେ,
ହଠାତ୍ ତମେ ଦୌଡ଼ିଯାଉଛ ସାଗରକୂଳ ଆଡ଼େ
ତମର ଛମ୍ ଛମ୍ ପାଉଁଜି ଶବ୍ଦ
ମୋତେ ତମ ଆଡ଼କୁ ବାରମ୍ଵାର ଟାଣି ନେଉଛି
ଶେଷରେ,
ଏ ସାଗରର ଢେଉ ମୋ ପାଖେ ଆସି କହୁଛି
“ସତ୍ୟତା” କ’ଣ
ତୁ ବି ଶେଷରେ ଜାଣି ପାରିଲୁନି
କ’ଣ ତୁ ବି ନାଗ ଫାଶରେ ପଡ଼ିଗଲୁ?
ଆରେ, ଏଇ ତ ମରିଚୀକା…
– ଶୁଭମ୍ କୁମାର ସାହୁ