You are currently viewing କାଶତଣ୍ଡୀ ଫୁଲ
Odia Poem Kashatandi Phula (କାଶତଣ୍ଡୀ ଫୁଲ) by Deepak Kumar Nayak

କାଶତଣ୍ଡୀ ଫୁଲ

ମା’ ଆସିବେ ବୋଲି
ଧରା ହୋଇଛି ସଜେଇ ।

ଦୂର ଆକାଶ ତତେ
ମୃଦୁ ମଳୟରେ ହସେ କାଶତଣ୍ଡୀ ।

ବିଲ ପାଟ ଫୁଟେ
ନଦୀ ଗର୍ଭେ ଲାଗେ କେଡ଼େ ସୁନ୍ଦର ।

ଜଗତ ଜନନୀ ଆସିବେ ଧରାକୁ
ଫୁଲେ ଫୁଲେ ସଂସାର ଦୁଃଖ ହରିବେ ।

ଜହ୍ନି ଫୁଲ ଅଗସ୍ତି ମଞ୍ଜରି
ଧରା ଲାଗେ ସୁନା ସୁନା ରୂପେ ତାର ।

ସବୁଜ ଦେହେ ଧବଳ ଫୁଲ
ଲାଗେ ମନୋହର ସତେ l

– ଦୀପକ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପକ କୁମାର ନାୟକଙ୍କ ଘର ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ସ୍ଥିତି କୁସ୍ତିରlରେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।