You are currently viewing ପରିବର୍ତ୍ତନ ଓ ପ୍ରତିଶୋଧ
Odia Poem Paribartana o Pratisodha (ପରିବର୍ତ୍ତନ ଓ ପ୍ରତିଶୋଧ) by Sunita Patel

ପରିବର୍ତ୍ତନ ଓ ପ୍ରତିଶୋଧ

କାଗଜ ଫର୍ଦରେ ଲେଖାଅଛି
ବୋଲି କୁହାଯାଉଛି
ବରଷକେ ବାର ମାସ ଓ
ଛଅ ଋତୁ ଅଛି
ନା ଶରତ,
ନା ହେମନ୍ତର
ପ୍ରଭାବ ଅନୁଭବ ହେଉଛି ।

ଜଳ ଅଶାନ୍ତ
ପୁଣି ବାୟୁ ଅଶାନ୍ତ
ମୃତ୍ତିକା ବି କ୍ଳାନ୍ତ
ତାତି ଯୋଗୁଁ ଧରା ବି ଆକ୍ରାନ୍ତ ।

ବିହଗର ବସା ପାଇଁ
ପାଦପ ଅଭାବ
ପ୍ରଶ୍ୱାସ ପାଇଁ
ଅମ୍ଳଜାନ ଅଭାବ
ତଥାପି ବଦଳୁ ନାହିଁ
ଲୋକଙ୍କ ସ୍ୱଭାବ ।

ଧରଣୀ ଗର୍ଭକୁ ଚିରି
ତା’ ଅଂଶକୁ କାଢ଼ି
କରାହେଉଛି ବେପାର
ବିଜ୍ଞାନର ବଳ
ଦେଖାଉଛି ପ୍ରକୃତିକୁ
ଏ ଅଜ୍ଞାନ ନର ।

ଭୁଲିଯାଇଥିଲା ନିଜ
ଜ୍ଞାନ ଅହଂକାରେ
ଯେଉଁ ଦିନ ପ୍ରକୃତି
ନିଜକୁ ନିଜେ ବଞ୍ଚେଇବା
ଆରମ୍ଭ କରିବ
ନରସଂହାର ହେବାରୁ
କିଏ ନରକୁ ବଞ୍ଚେଇବ ।

– ସୁନିତା ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।