You are currently viewing ତୁମ କଥା ଲେଖିବାକୁ
Odia Poem Tuma Katha Lekhibaku (ତୁମ କଥା ଲେଖିବାକୁ) by Chittaranjan Barik

ତୁମ କଥା ଲେଖିବାକୁ

ତୁମ କଥା ଲେଖିବାକୁ
ଏ କଲମର କାଳୀ
ଇନ୍ଦ୍ରଧନୁର ବର୍ଣ୍ଣାଳୀ
ଅଯୋଗ୍ୟ ବର୍ଣ୍ଣ ଦେବାକୁ
ତୁମ କଥା ଲେଖିବାକୁ ।

ପୃଷ୍ଠ ଦେଶେ ସୁଷୁମ୍ନାକ
ବାମ ପାଖରୁ ମସ୍ତିଷ୍କ
ଆନ୍ଦୋଳିତ ଭାବିବାକୁ
ତୁମ କଥା ଲେଖିବାକୁ ।

ବନ ମଧ୍ୟେ ଲାଜକୁଳୀ
ଶରୀରରେ ସ୍ନାୟୁ ପୁଣି
ଅଥୟ
ସମ୍ୱେଦନା ଦେବାକୁ
ତୁମ କଥା ଲେଖିବାକୁ ।

– ଚିତ୍ତରଞ୍ଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।