You are currently viewing ନୀଳାମ୍ବୁ ଚିଲିକା ତୀରେ
Odia Poem Nilambu Chilika Tire (ନୀଳାମ୍ବୁ ଚିଲିକା ତୀରେ) by Rudranarayan Panigrahi

ନୀଳାମ୍ବୁ ଚିଲିକା ତୀରେ

ନୀଳାମ୍ବୁ ଚିଲିକା ତୀରେ
ରକ୍ତବର୍ଣ୍ଣା ରବିଙ୍କ ଜ୍ୟୋତିରେ
ବିହଗ ବାହୁଡ଼ା ବେଳାରେ
ସାୟଂ କାଳେ ପ୍ରଦୋଷ ସମୟେ
ମୋ ମନର ଗହନ ବନରେ
ଉଙ୍କିମାରେ ଅନେକ ପ୍ରଶ୍ନ !
ମନର ମେଦିନିପୁରରେ ।

ଯାଯାବରର ପ୍ରଳାପ
କିଏ ମୁଁ, କ’ଣ ପାଇଁ ମୋର ଜନ୍ମ,
କୂଳ ଲଙ୍ଘିବାକୁ କାଗଜ ଡଙ୍ଗାର
ଅସରନ୍ତି ଅସମାପ୍ତ ସ୍ୱପ୍ନ,
ମନର ସିନ୍ଧୁରେ ଆଶାର ଉର୍ମିରେ
କୂଳ ଲଙ୍ଘେ ଆଜି କାଳର କିଙ୍କର ।

ନାବିକ ଭାଇର ଅମୃତ ସଂଗୀତ
ଦୂର ଦେବାଳୟ ଶଙ୍ଖ ଧ୍ୱନି ମନ୍ତ୍ର
ଅସରନ୍ତି ଜଳସ୍ରୋତେ ମୀନର ଉତ୍ପାତ
ଅଶାନ୍ତ ଚିତ୍ତକୁ କରେ ସୁଶୋଭିତ ।

ହେଲାଣି ସମୟ ଫେରିଯିବି ମୁଁ ପୁଣି ସେ ମାୟାର କ୍ଷେତ୍ର,
ପ୍ରସନ୍ନ ହେଲି ଦେଖି ଆଜି ତୋ’ର ସାୟଂ କାଳୀନ ଦୃଶ୍ୟ ।

– ରୁଦ୍ର ନାରାୟଣ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଟକ ଜିଲାର ସାଲେପୁର ସ୍ଥିତ ପୂର୍ବଛକର ବାସିନ୍ଦା ହେଉଛନ୍ତି ରୁଦ୍ର ନାରାୟଣ ପାଣିଗ୍ରାହୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।