You are currently viewing ଗୁରୁ ବନ୍ଦନା
ଗୁରୁ ବନ୍ଦନା

ଗୁରୁ ବନ୍ଦନା

ଗୁରୁ ପିତା ମାତା ଗୁରୁ ଯେ ଦେବତା
ନର ରୂପେ ନାରାୟଣ
ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର
ତାଙ୍କ ପାଦେ କୋଟି ପ୍ରଣାମ ॥

ଗୁରୁ ଆଲୋକିତ ଗୁରୁ ଯେ ପ୍ରଦୀପ
ଅନ୍ଧାର ଦିଅନ୍ତି ଦୂରେଇ
ଗୁରୁଙ୍କ ଆଷିଶ ସବୁଠୁ ବିଶ୍ୱାସ
ଗୁରୁ ପରି କେହି ନାହିଁ ॥

ଧନ୍ୟ ହୁଏ ପ୍ରାଣ ପାଇ ଦରଶନ
ଗୁରୁ ଶୀତଳର ଜହ୍ନ…
ଜ୍ଞାନର ଭଣ୍ଡାର ଗୁରୁ ଏକା ଜାଣ
ଜୀବନେ ଶିଖାନ୍ତି ସଂସ୍କାର
ଗୁରୁହିଁ ତ ଆଶା ଗୁରୁ ହିଁ ଭରସା
ସମାଧାନ ସମସ୍ୟାର ॥

ଚଲାପଥ ଆମ ଆଲୋକିତ ହୁଏ
ମରୁରେ ଯେମିତି ଶ୍ରାବଣ…
ଗୁରୁ ଆମ ପାଇଁ ଶୁଭଚିନ୍ତକଟି
କରେ ଚରିତ୍ର ଗଠନ
ଗୁରୁଙ୍କ ଆଦେଶ କରିଲେ ପାଳନ
ଜୀବନେ ଝରେ ଫଗୁଣ ॥

ସଭିଏଁ ସମାନ ଗୁରୁଙ୍କ ମନରେ
ନାହିଁ ମାନ ଅଭିମାନ…
ଆନନ୍ଦେ କରିବା ଗୁରୁଙ୍କର ସେବା
ହୃଦରୁ ଦେଇ ଭକତି
ଗୁରୁ ଆଶ୍ରୀର୍ବାଦ ରହିଲେ ଜୀବନେ
ଲଭିବା ସକଳ ଶାନ୍ତି ॥

ହେ ଗୁରୁ ସର୍ବ ମଙ୍ଗଳ ମୟ ହେ
ଗୁରୁ ଅଟେ ଭଗବାନ
ଗୁରୁ ଧରଣୀର ଯୋଗ୍ୟ ସନ୍ତାନ
ଗୁରୁ ପାଦେ ନମୋ ନମଃ…

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।