You are currently viewing ଗୁରୁ
ଗୁରୁ - ସୁଶ୍ରୀ ସଙ୍ଗୀତା ସେଠୀଙ୍କ ରଚନାରୁ

ଗୁରୁ

ଗୁରୁଙ୍କ ବିନା ସବୁ ଦିଗହୀନ
ଗୁରୁଙ୍କ ବିନା ଅସ୍ତ୍ର ମୂଲ୍ୟହୀନ
ଗୁରୁଙ୍କ ବିନା ବହି ଅର୍ଥହୀନ
ଗୁରୁଙ୍କ ବିନା ଜ୍ଞାନ ଅସମ୍ପୂର୍ଣ୍ଣ ।

ଗୁରୁ ହିଁ ଜୀବନର ମାର୍ଗଦର୍ଶକ
ଅଜ୍ଞାନ ଅନ୍ଧକାରେ ଆଲୋକଗୁଚ୍ଛ
ତାଙ୍କ ଜ୍ଞାନ ରୂପକ ଆଲୋକ ବିନା
ଅନ୍ଧକାର, ଜୀବନ ରାସ୍ତା ତୁଚ୍ଛ ।

ଜୀବନ ନୌକାରେ ଗୁରୁ ଯେ
ଅଟନ୍ତି ଉତ୍ତର ନଭ ଧ୍ରୁବ ତାରା
ହଜେଇ ଦିଏ ଦିଗ ତାଙ୍କ ବିନା
ଜୀବନ ଅନ୍ଧାରେ ହେଇ ପଥହରା ।

ଜ୍ଞାନର ସ୍ଵରୂପ, ବିଦ୍ୟାର ଭଣ୍ଡାର
ସାକ୍ଷାତ ଈଶ୍ୱରଙ୍କ ସ୍ୱରୂପ
ଯାହାଙ୍କୁ ପୂଜନ୍ତିି ସ୍ଵୟଂ ନାରାୟଣ
ସାଜି ସନ୍ଦୀପନିଙ୍କ ଶିଷ୍ୟ ।

ଦୁନିଆଙ୍କୁ ଦେଇଛନ୍ତି ଶିକ୍ଷା
ଗୁରୁଙ୍କ ଜୀବନେ ମହତ୍ତ୍ଵ
ଭଗବାନ ହେଇ ସୁଦ୍ଧା ଗୁରୁ
ଯେ ଲୋଡ଼ଇ ଇଏ ଜୀବନ ତତ୍ତ୍ଵ ।

ଗୁରୁ ହିଁ ଶ୍ରେଷ୍ଠ ଏ ସାରା ଜଗତେ
ନାହିଁ ଯାହାଙ୍କ ତୁଳନା
ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ସେ
ସ୍ୱରୂପ ନାହିଁ ତାଙ୍କ କଳନା ।

ହେ ମୋର ପୂଜ୍ୟ ସମସ୍ତ
ଗୁରୁବୃନ୍ଦ ଆପଣଙ୍କ ଚରଣ ତଳେ
ରଖେ ମୋର ଭକ୍ତିଭରା ପ୍ରଣାମ
ଆପଣଙ୍କଠୁ ଶ୍ରେଷ୍ଠ ନାହିଁ କେହି ମହୀକୋଳେ ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।