You are currently viewing ପୁସ୍ତକ
Odia Poem Pustaka (ପୁସ୍ତକ) by Roja Panda

ପୁସ୍ତକ

ଅଛିଣ୍ଡା ସମିକରଣର ସରଳ ସମାଧାନ ମୁଁ,
ମୁଁ ଅତୀତ ଇତିହାସର ଏକମାତ୍ର ମୂକସାକ୍ଷୀ ।
ସାରା ବିଶ୍ୱର ଭୌଗଳିକ ପରିଧିର ମାପକାଠି ମୁଁ,
ମୁଁ ଅର୍ଥନୀତିର ମାନଦଣ୍ଡରେ ଠିଆ ହେଇଥିବା ସମୀକ୍ଷା ।
ବିଭିନ୍ନ ଭାଷାର ସମାହାର ମୁଁ, ମୁଁ ରାଜନୀତିର ରାଜତନ୍ତ୍ର,
ବେଦ ମୁଁ, ଶାସ୍ତ୍ର ମୁଁ, ପୁରାଣ ସାହିତ୍ୟ ମୁଁ, ମୁଁ ବ୍ୟାକରଣର ବର୍ଣ୍ଣବିଦ୍ୱେଷ, ହାସ୍ୟରସର ଗନ୍ତାଘର ।
କାବ୍ୟ ମୁଁ, ଔପନ୍ୟାସିକର ସର୍ଜନା ମୁଁ,
ମୁଁ ଅନନ୍ୟ ଜ୍ଞାନର ଭଣ୍ଡାର
ସର୍ବଜନଙ୍କର ପ୍ରିୟ ସାଥି ମୁଁ, ମୁଁ ମୁକ୍ତିର ଦ୍ୱାର ।
ଅଜ୍ଞାନତା ଦୁରକରେ ମୁଁ, ଆଖି ଖୋଲେ ସଭିଙ୍କର,
କୁସଂସ୍କାରୁ ନିବୃତ୍ତ କରି ଶିଖାଏ ମୁଁ ସଂସ୍କାର ।
ମୋ ଦ୍ୱାରା ସଭିଙ୍କ ଭ୍ରମ ହେଇଯାଏ ଦୂର,
ଚିହ୍ନ ମତେ, ସ୍ୱୀକାର କର ବହି ମୁଁ ତୁମର ।
ସର୍ବ ଜ୍ଞାନ ରହିଅଛି ମୋ ପାଖରେ ଠୁଳ
ଦିଗବିଜୟର ଅସ୍ତ୍ର ମୁଁ ମତେ ସଖା କର,
ଏ ଅଜ୍ଞାନ ସଂସାରରୁ ହୋଇଯିବ ପାର ।
ବହି ମୁଁ, ଦୁଇ ଅକ୍ଷର ନାମ ପରା ମୋର,
ଅସୀମ, ଅଗଭୀର ଭଣ୍ଡାର ମୁଁ ଜ୍ଞାନର ।

– ରୋଜା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୋଜା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।