ପ୍ରେମର ଦୂରତା
ରାତିକ ଭିତରେ ବଦଳି ଯାଉଛି ସ୍ମୃତି ଚିହ୍ନ ସଂପର୍କର, ରାତି ପାହିଲେ ଲେଖା ହୋଇଯାଏ ନାମ ଏକ ନୂଆ ବରଷର । ଗୋଟେ କ୍ୟାଲେଣ୍ଡର ହୁଏ ଅଲୋଡ଼ା ଡିସେମ୍ବର ଶେଷ ରାତିରେ, ଯୋଡ଼ି ହୋଇଯାଏ ଭିନ୍ନ ଏକ ବର୍ଷ ଜାନୁଆରୀ ପ୍ରଥମ ପୃଷ୍ଠାରେ । ଡିସେମ୍ୱରକୁ ଜାନୁଆରୀ ସିନା ମିଳିଯାଏ ହାତ ପାହାନ୍ତାରେ, ହେଲେ ତତେ ମୁଁ ପାଇବା ପାଇଁ ଗୋଟିଏ ବରଷ ଅପେକ୍ଷା କରେ । ତୁ ଡିସେମ୍ବରର ଶେଷରାତି ମୁଁ ପହିଲି ସକାଳ ଜାନୁଆରୀର,…

