You are currently viewing କଣ୍ଢେଇ ଉପହାର
Teddy Day

କଣ୍ଢେଇ ଉପହାର

ତତେ ଉପହାର ଦେବା ପାଇଁ
ମୋ ପାଖରେ କିଛି ନାହିଁ,
ମାଗିବୁ ଯଦି ଦେବି ଖାଲି
ଅଯାଚିତ ପ୍ରେମ ଢାଳି,
ବେଳେ ବେଳେ ଇଛା ହୁଏ
ପାଲଟିଯା’ନ୍ତି ତୋ’ ପାଇଁ
ନିର୍ଜୀବ କଣ୍ଢେଇଟିଏ,
ପ୍ରତିକ୍ଷଣେ ରହିଥା’ନ୍ତି
ତୋ ହାତପାହାନ୍ତାରେ
ଭାଗୀଦାର ହେଉଥା’ନ୍ତି ।
ତୋ ହସରେ ଆଉ ଲୁହରେ
ଖୁସିରେ ଆତ୍ମହରା ହୋଇ
ଜାବୁଡ଼ି ଧରନ୍ତୁ ମତେ,
ଗେଲ କରି କହିଥାନ୍ତୁ
ତୋ ମନର କଥା ଯେତେ ।
ଭାଙ୍ଗି ପଡ଼ୁ ଯଦି କେବେ ଦୁଃଖରେ
ରାଗ, ରୁଷା, ମାନ, ଅଭିମାନ
ବାଢ଼ିଦେବୁ ମୋ ସାମ୍ନାରେ,
ବାସ୍ ଆଉ କିଛି ଇଚ୍ଛା ନାହିଁ
ତୁ ଥିଲେ ମୋ ପାଖରେ ।

ସ୍ଵାଗତ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ଵାଗତ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।