You are currently viewing ରୋଜ୍ ଡେ
Roseday

ରୋଜ୍ ଡେ

ଗୋଲାପ: ପ୍ରେମ ଆଉ ପ୍ରକୃତିର ଗୋଟେ ସୁନ୍ଦର ସୃଷ୍ଟି ।
କେତେବେଳେ ପୂଜାରେ ତ ପୁଣି କେତେବେଳେ ସ୍ଵାଗତ ସମ୍ବର୍ଦ୍ଧନାରେ ବ୍ୟବହାର ହୁଏ । ଭଲପାଇବା ଆଉ ବନ୍ଧୁତା ପାଇଁ ଇଏ କୋଉ ବିଶେଷ ଉପହାର ଠୁ କମ୍ ନୁହେଁ ।

* ସେଦିନ ରୋଜ୍ ଡେ’ରେ ପ୍ରତିମା ଗୋଟେ ରଙ୍ଗ ବିହୀନ ଗୋଲାପ ଚିତ୍ର ଅଙ୍କା ଯାଇଥିବା ପେପର୍ ଅନୁପକୁ ଦେଇ କହିଲା, “ନେ ଆଜିର ଦିନରେ ତୋ ପାଇଁ ।”
ଅନୁପ: ବହୁତ୍ ସୁନ୍ଦର ହେଇଛି । ତୁ ଅଙ୍କିଛୁ?
ପ୍ରତିମା: ହଁ, ଖାସ୍ ତୋ’ ପାଇଁ ।
ଅନୁପ: ହେଲେ କିଛି ରଙ୍ଗ ଭରିନୁ ଯେ, କ’ଣ ଭାବିବି?
ପ୍ରତିମା: ଜାଣି ପାରୁନି ! ସମୟ ଆସିଲେ କହିବି, ଆମେ ସାଙ୍ଗ ହେଇ ସେଥିରେ ରଙ୍ଗ ଭରିବା । ହଳଦୀ ରଙ୍ଗ ବନ୍ଧୁତା ପାଇଁ ଆଉ ନାଲି ପ୍ରେମ ପାଇଁ ।

*ହେଲେ ଆଜି ଗୋଲାପର ଚିତ୍ରରେ ରଙ୍ଗ ତ ଲାଗିଛି, ହେଲେ ଗୋଟେ ପାଖ ପ୍ରତିମା ହାତର ମେହେନ୍ଦୀରେ ଆଉ ଗୋଟେ ପାଖ ଅନୁପ ଆଖିର ଲହୁରେ ।

ପଦ୍ମଲୋଚନ ପାଢ଼ୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଦ୍ମଲୋଚନ ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।