You are currently viewing ସନେଟ୍… ମା’
Odia Poem Ma (ଓଡ଼ିଆ ସନେଟ୍… ମା) by Madhumita Mishra

ସନେଟ୍… ମା’

ମା ନାଁ ଭିତରେ ଦିଶଇ ଈଶ୍ୱର ମା ନାମ ସବୁଠୁ ସୁନ୍ଦର…!
ମା ଡାକ ସତେ କେତେ ଯେ ମଧୁର କେତେ ଲାଗେ ଆପଣାର…!!
ମା କୋଳ ଥିଲେ ଡର ନାହିଁ କେବେ ବାଆ ଆସୁ କି ବତାସ…!
ମା ରଖିଥାଏ ଘଣ୍ଟ ଘୋଡ଼େଇକି ସନ୍ତାନର ଏ ବିଶ୍ଵାସ…!!

ମା ଆଣିଥାଏ ଦୁନିଆ ବକ୍ଷକୁ ଦେଖାଇ ଥାଏ ଜୀବନ…!
ମା ଶିଖାଇ ଦେଇଥାଏ ପୁଣି ଧର୍ମ କର୍ମ ଓ ବଚନ…!!
ମା କହିଥାଏ ନିଜର କିଏ ସେ ଆଉ କେ ଅଟଇ ପର…!
ମା କହିଦିଏ ବିଶ୍ଵସ୍ତ କେ ହେବ ଆଉ କେ ଶତ୍ରୁ ଆମର…!!

ମା କୁହେ ନାହିଁ ଦେବାକୁ ଯେ କିଛି ତା’ର କିଛି ଲୋଡ଼ା ନାହିଁ…!
ମା ଯଦି କେବେ ଆକଟ କରଇ ତେବେ ନିଶ୍ଚୟ ଭଲ ହୁଅଇ…!!
ମା ଜାଣିଥାଏ ଆଗରେ ବିପଦ ଏଣୁ ଜୋରରେ ସେ ଟାଣି ଧରେ…!
ମା ହାତ ଛାଡ଼ି ଚାଲିଗଲେ ଦୂରେ ସଂସାରେ ବି ପର କରେ…!!

ମା ମୋ ଦୁନିଆ ମା ଖୁସି ମୋର ମା ମୋ ଅତି ନିଜର…!!
ମା ଡାକିଦେଲେ ଦୌଡ଼ି ଆସେ ମୁଁ ଯେ ମା ହିଁ ମୋ ଠାକୁର…!!

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।