You are currently viewing ଜୀବନ ସଙ୍ଗୀତ
ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

ଆଜି ବି ଜୁଆର ଆସେ
ଏ ଜୀବନ ବେଳାଭୂମି ପରେ,
ଆଜି ବି ଆସଇ ଝଡ଼
ଏ ଜୀବନ ପ୍ରାନ୍ତରେ ।
ଲୁଚକାଳି ଖେଳେ ଜହ୍ନ
ତାର ଛାଇ ଆଲୁଅକୁ ଘେନି,
ଶ୍ରାବଣ ଧାରାରେ ବା କେବେ ଭିଜିଯାଏ
ମୋର ଦେହ ପୁଣି ।
ମୋ ମନରେ ଉଙ୍କିମାରେ
ତୁମର ସେ ଗଲାଦିନ କଥା,
କାହିଁକି କେଜାଣି କୁହ
ଆଜି ପୁଣି ମୋ ମନରେ ବ୍ୟଥା ।
ହଜିଲା ଦିନର ସ୍ମୃତି ଖୋଜେ କିଆଁ
ପାରେ ନାହିଁ ଜାଣି,
କୁହ କିଆଁ ଶୁଭେ ଆଜି
ମୋତେ ସେହି ଆତିତର ଧ୍ୱନି ।
ଏକା ମୁଁ ବସିଛି ଆଜି
ତୁମ ସ୍ମୃତି ବେଳାଭୂମି ପରେ,
ତୁମର ସେ ପଦଚିହ୍ନ ଲିଭିନାହିଁ
ତାକୁ ଦେଖି ଗାଏ ମୁହିଁ
ମୋ ଜୀବନ ସଙ୍ଗୀତ ସୁରେ ।
ତଥାପି ସେ ସ୍ମୃତି କିଆଁ
ଏ ପ୍ରାଣରେ କହରେ ମଧୁର,
ପୁଣି କିଆଁ ସେ ସ୍ମୃତିର ଘାତେ
ପ୍ରାଣ ମୋର ହୁଏ ଜରଜର ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...