You are currently viewing ଏମିତି କିଛି କଥା ନାହିଁ
ଏମିତି କିଛି କଥା ନାହିଁ

ଏମିତି କିଛି କଥା ନାହିଁ

ଏମିତି କିଛି କଥା ନାହିଁ,
ତତେ କିଛି ଭେଟି ଦେବା ପାଇଁ…
ଏମିତି କିଛି କଥା ନାହିଁ,
ତୋ’ ଛବିକୁ ସାଇତିବା ପାଇଁ-
ଏମିତି କିଛି କଥା ନାହିଁ,
ତୋ ଓଠରେ ମୁଁ,
ହସ ହୋଇ ଲାଖିଯିବା ପାଇଁ…
ଏମିତି କିଛି ତ’ କଥା ନାହିଁ,
ତୋ ଆଖି ତଳେ ମୁଁ,
ଲୁହ ହୋଇ ଲୁଚିଯିବା ପାଇଁ-
ଏମିତି କିଛି କଥା ନାହିଁ,
ଭଙ୍ଗା ସ୍ୱପ୍ନ ତତଲା ବାଲି ନିଆଁରେ,
ତୋ’ କୋମଳ ବିଶ୍ୱାସର
ଅଙ୍ଗୀକାର ପାଇଁ…
କଥା କିଛି ନାହିଁ ତ’ ଏମିତି,
ଥକିଗଲେ ବାଟ ଚାଲୁ ଚାଲୁ
ତୋ’ କରୁଣ ଥରଥର ପାପୁଲି
ମୋ ମଥାରେ ଥାପି ଦେବା ପାଇଁ-
କଥା ଥାଉ,
ମୋ ଛାତିକୁ ଛୁଇଁଦେବୁ ଟିକେ
ମନ ହେଲେ ବେଳ ଅବେଳରେ…
କଥା ରହୁ,
ଏଇମିତି ତତେ ଝୁରି ହେଉଥାଏ,
ନିରୋଳାରେ ନିଝୁମ୍ ପ୍ରହରେ—

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରତିଭା ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।