You are currently viewing ତୁମ ଆକାଶର ଜହ୍ନ ମୁଁ
Odia Poem Tuma Akahara Janha Mun (ତୁମ ଆକାଶର ଜହ୍ନ ମୁଁ) by Biswanath Kinkar Rout

ତୁମ ଆକାଶର ଜହ୍ନ ମୁଁ

ତୁମ ଆକାଶର‌ ଜହ୍ନ ମୁଁ
ହଜି ଯାଇଛି ମେଘ ମାଳାରେ,
ରାତ୍ରୀ ଗୋପନେ ମେଘ ହଟିଗଲେ
ଫେରିବି ଅମୃତ ବେଳାରେ ॥

ସାମୟିକ ଆମ ବିରହ ବିଚ୍ଛେଦ
ମଳୟର ଗନ୍ଧେ ପୁଲକିତ,
ପ୍ରାଣର ଉଷ୍ମତା, ଅପ୍ରତିମ ସ୍ନେହ
ମର୍ମ ଭାବାବେଗ ବିଜଡ଼ିତ ॥

ଆସିବି ନିଶ୍ଚୟ ସ୍ୱପ୍ନକୁ ତୁମର
କରିବାକୁ ଶଙ୍କା ଦୂରୀଭୂତ,
ମିଳନ ବୁଭୁକ୍ଷୁ ଅଶରୀର ମୋହ
କରିବ ତୁମକୁ କବଳିତ ॥

ପ୍ରେମ ଆଲିଙ୍ଗନେ ହଜିଯିବ ତୁମେ
ମୋର ଶ୍ୱେତ ସ୍ନିଗ୍ଧ ଜୋଛନାରେ,
ଅଳପ ସମୟ ବିରତି ପାଇଁ କି
କାହିଁ ହୁଅ ଏତେ ଆନମନାରେ ॥

– ବିଶ୍ୱନାଥ କିଙ୍କର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।