You are currently viewing ମନର ଦରଜ
Odia Poem Manara Daraja (ମନର ଦରଜ) by Pramod Behera

ମନର ଦରଜ

ହସିବା ଆଗରୁ
ହସେଇ ସାରିଥିଲା
ମୋ ମନର ଦରଜ…

ଦରଜ ଭିତରେ ଦେଖିଥିଲି
ହସିବାର କାମନା…

କାମନାର ମୋହ
ଆସିବା ଆଗରୁ
ସରିଯାଇଥିଲା
ନବ ଯୌବନର ଦରଜ…

ପ୍ରେମ କରିବା ପୂର୍ବରୁ
ସରିଯାଇ ଥିଲା
ମୋହର ଦୁଃଖ
କିନ୍ତୁ ଭାଗ୍ୟରେ ନଥିଲା
ପ୍ରେମିକାର ପ୍ରେମ…

ଲୁହର ଲୁହା ଶିକୁଳି
ଦେଖିବା ଆଗରୁ
ଚାଳି ଯାଇଥିଲା ଏ ଜୀବନ…

– ପ୍ରମୋଦ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରମୋଦ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।