You are currently viewing ସ୍ଥିତପ୍ରଜ୍ଞ
Odia Poem Sthitaprajna (ସ୍ଥିତପ୍ରଜ୍ଞ) by Satya Ranjan Mishra

ସ୍ଥିତପ୍ରଜ୍ଞ

ଦୁନିଆଟା ତା’ ପାଇଁ
ଅସରନ୍ତି ନାଟକ
ବାକି ସବୁ ଅଭିନେତା
ଏକେଲା ସେ ଦର୍ଶକ

ଦୁଃଖ ସୁଖ ମୁଖା ତଳେ
ଦିଶେ ତା’ର ମୁହଁ
ସ୍ଥିତପ୍ରଜ୍ଞ ଅଟେ ସିଏ
ନାହିଁ ତା’ଠି ଭୟ

ତପେ ମତି, ଅଳ୍ପେ ତୃପ୍ତି
ବିଶେଷତ୍ୱ ତାହାର
ମାୟା ତାକୁ ଛୁଁଏ ନାହିଁ
ନୁହେଁ ସିଏ କାହାର

ପ୍ରାପ୍ତିର ଲାଳସା ନାହିଁ
ନାହିଁ ଅବଶୋଷ
ପ୍ରାର୍ଥନା ଯାଚନା ନାହିଁ
ମାନେନାହିଁ ଈଶ

ବ୍ୟୁହ ଭେଦ ଜାଣି ମଧ୍ୟ
ବ୍ୟୁହ ମଧ୍ୟେ ପଶେନି
ଯୁଦ୍ଧ ଜିଣା ଶକ୍ତି ସତ୍ତ୍ୱେ
ହସ୍ତେ ଶସ୍ତ୍ର ଧରେନି

ଚିନ୍ତାଶୀଳ ମନ ତା’ର
ଦିଶେ ନାହିଁ କାହାକୁ
ହସୁଥାଏ ସବୁବେଳେ
ମେଲାଇ ତା’ ଓଠକୁ

ଯନ୍ତ୍ରସମ ଲାଗେ ସିଏ
ଶକ୍ତ ତା’ ହୃଦୟ
ସ୍ଥିତପ୍ରଜ୍ଞ ଅଟେ ସିଏ
ନାହିଁ ତା’ଠି ଭୟ

– ସତ୍ୟ ରଞ୍ଜନ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟ ରଞ୍ଜନ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।