You are currently viewing ଧୁତୁରା ଫୁଲ
Odia Poem Dhutura Phula (ଧୁତୁରା ଫୁଲ) by Saroj Kumar Sahoo

ଧୁତୁରା ଫୁଲ

ଜଗତେ ଫୁଟିଛି କେତେଜାତି ଫୁଲ
ଅଛନ୍ତି ତୋ’ ସହୋଦର
କି ଗୁଣ ଭରିଛି ତୋରି ଦେହରେ
ପାଉଛୁ ଏତେ ଆଦର ।

ଶଙ୍କରଙ୍କ ଲାଗି ତୁହି ଅଟୁ ପ୍ରିୟ
ତୋ’ ନାମ ରହଛି ଜଗତେ
ଭକତି ଭାବରେ ହୋଇଛନ୍ତି ପ୍ରୀତ
ପୂଜୁବୋଲି ବିଧିମତେ ।

ଗାଉଅଛୁ ତାଙ୍କ ସ୍ତୁତିର ବନ୍ଦନା
ଚରଣରେ ସଦା ତୁହି
ଭକତି ଭାବକୁ ଚିହ୍ନନ୍ତି ବୋଲି ତ
ହସିଉଠେ ଏଇ ମହୀ ।

ତୋ’ ରୂପ ନିଆରା ଦିଶୁ ମନୋହର
ବାସନା ଅଟଇ ଭିନ୍ନ
ପତ୍ରଦେହେ ତୋ’ର ଔଷଧୀୟ ଗୁଣ
ରୋଗୀପୀଡ଼ା ପାଇିଁ ଦାନ ।

ଫୁଲର ଗର୍ଭରେ ଫୁଲଟିଏ ହୋଇ
ଲୁଚିଅଛୁ ତାହା ମଧ୍ୟେ
ଏକ ଦୁଇ ତିନି ବିବିଧ ପ୍ରକାର
ରଙ୍ଗବୋଳି ଦେଉ ରନ୍ଧ୍ରେ ।

ଫଳଦେହେ ଭରା ବିଷର କଣିକା
ମଞ୍ଜିରୁ ହେଉ ତୁ ଜାତ
ବିଷ କଣିକାରେ ଅମୃତର ସତ୍ତା
ଯୁଗେଯୁଗେ ପ୍ରଣିପାତ ।

– ସରୋଜ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।