You are currently viewing ନୂଆ ବରଷ
Odia Poem Nua Barasa (ନୂଆ ବରଷ) by Sushree Sangita Sethy

ନୂଆ ବରଷ

ନୂଆ ବରଷ, ନୂଆ ହରଷ
ଆସୁଛି ନେଇ ନୂଆ ପ୍ରକାଶ
ସବୁରି ମୁହଁରେ ଫୁଟାଇ ହସ ।

ନୂତନ ଆଶା ଆଉ ଭରସା
ନୂଆ ପ୍ରକାଶ ନୂଆ ପ୍ରତୀକ୍ଷା
ଗଢ଼ୁଛି ନିତି ମନରେ ବସା ।

ଖୁସି ଜୁଆର ହୃଦୟେ ଉଠେ
ନୂଆ କିରଣ ପରଶେ ଫୁଟେ
ସବୁଜିମାରେ ଧରଣୀ ଲୋଟେ ।

ଆତ୍ମା ସଞ୍ଚାରେ ନୂଆ ମହକ
ନୂଆ ଅନୁଭୂତି ଖୋଜେ ପଲକ
ଖୁସିର ବାସ୍ନା ଭରେ ଆଲୋକ ।

ପ୍ରତି ପ୍ରାଣରେ ନୂଆ ଜାଗରଣ
ନୂଆ ସୁଯୋଗ କରେ ଆକଳନ
ନୂଆ ସକାଳକୁ ଦିଏ ନିମନ୍ତ୍ରଣ ।

ପୁରୁଣା ସ୍ମୃତିକୁ ପଛେ ପକାଇ
ନୂଆ ସ୍ମୃତି ସାଉଁଟିବା ପାଇଁ
ପ୍ରତି ନୟନ ଚାହେଁ ଅନେଇ ।

ସବୁରି ଶୁଭକାମନା କରି
ବେନି କର ଉଠେ ପ୍ରାର୍ଥନା କରି
ନୂଆ ବରଷର ନୂଆ ପ୍ରହରୀ
ଖୁସିରେ ଯାଉ ସଭିଁଙ୍କ ଭରି ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।