You are currently viewing ଶ୍ରମିକ ଦିବସ
ଶ୍ରମିକ ଦିବସ

ଶ୍ରମିକ ଦିବସ

ଶ୍ରମିକ ଦିବସରେ
ଗୋବରା ଗୋବର ଗୋଟଉଥାଏ
ଧନକି ଧାନ ଭୋଗୁଥାଏ
ହରିଆ ହଳ କରୁଥାଏ
ପଚାରିଲି….

“ଅରେ… ଆଜି ବି କାମ କରୁଛୁ?”
‘ତ’-
“ତୁମେ କ’ଣ ଗୋବର ଗୋଟେଇବ?
ନା ଧାନ ରୋପିବ?
ନା ହଳ କରିବ?”
ସରକାରୀ ବସ୍ତାବିଜ୍‌ରେ
ଆଠ ଘଣ୍ଟା କାମ
ଆଠ ଘଣ୍ଟା ଆରାମ
ଆଠ ଘଣ୍ଟା ମନୋରଞ୍ଜନ,
ଶ୍ରମିକମାନଙ୍କର ଏକଜୁଟ
କେତେ ଧର୍ମଘଟ
କେତେ ଆନ୍ଦୋଳନ
କେତେ ଅନସନ
ଶେଷରେ ମଇ ଏକ ତାରିଖ
ଶ୍ରମିକ ଦିବସ
ଛୁଟି ମଞ୍ଜୁର,
ହେ ରଘୁ ନନ୍ଦନ !
ଏସବୁ କ’ଣ କେବଳ ପ୍ରହସନ?
ନା ବୋଜବାଜି?

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।