You are currently viewing ଗୋଲାପ
Odia Story Golapa (ଗୋଲାପ) by Ashish Kumar Swain

ଗୋଲାପ

ବିଧାତାର ଅପୂର୍ବ ମହନୀୟ ବିଚିତ୍ର ସୃଷ୍ଟି । କି ଶୋଭା? କି କାନ୍ତି? ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ସ୍ରଷ୍ଟା ସୃଷ୍ଟି ଧରାପୃଷ୍ଠେ ମହକରେ ମହକିତକରି ମହକାଏ । ହୃଦୟ ମନକୁ ଏକ କରି ସପ୍ତଜନ୍ମ ପର୍ଯ୍ୟନ୍ତ ବାନ୍ଧିରଖେ । ରଙ୍ଗହୀନ ବିଷାଦରେ ପରିପୂର୍ଣ୍ଣ ମୁହଁକୁ ହସଖୁସି ଆନନ୍ଦ ଦେବା ସହ ନାନା ରଙ୍ଗେ ରୂପ ଦିଏ । ମାନସ ପଟରେ ସୁନ୍ଦର ଦିବ୍ୟ ଛବି ଅଙ୍କନ କରେ । ମହତ୍ତ୍ୱ ବୁଦ୍ଧିଆ ଜୀବ ଓ ପ୍ରାଣୀ ସହ ଅପୂର୍ବ ସଫଳ ମାଧ୍ୟମ ଦ୍ୱାରା କିଛି ପରିବର୍ତ୍ତନ ଖେଳ । ରଙ୍ଗ କହିବ ବୁଣିବ ପରିଚିତ କରିବ ସୃଷ୍ଟି କରିବ ନୂତନ ଆଲୋକମୟ ପବିତ୍ର ସମ୍ପର୍କ । ଶାନ୍ତି, ସୁନ୍ଦରତା, କ୍ଷମା, ଭଲ ବୁଝାମଣା, ମନ କଥା ପରିପ୍ରକାଶ, ସୁଦୃଢ଼ ସମ୍ପର୍କ, ସମ୍ମାନ, ଅନାବିଳ ସ୍ନେହ ଶ୍ରଦ୍ଧା ପ୍ରେମ ବନ୍ଧୁତ୍ୱର ପ୍ରତୀକ । ବିଶ୍ୱାସ ସମ୍ପର୍କର ମୂଳଦୁଆକୁ କରେ ମଜଭୁତ । ସ୍ୱଚ୍ଛ ହୃଦୟର କୁହା ଅକୁହା କଥା ପ୍ରକାଶ କରେ । ପ୍ରତିଟି ହୃଦୟରେ ସୁଗନ୍ଧ ବାସ ଚହଟି ଉଠେ । ଭଙ୍ଗା ଦଦରା ହୃଦୟକୁ ଯୋଡ଼େ ମାୟାଜାଲେ ମାୟାଜାଲରେ ଛନ୍ଦିକରି । ସହଜେ ଧରା ଦିଏନି । ଶରୀର କଣ୍ଟକିତପୂର୍ଣ୍ଣ; ଭ୍ରମ ସୃଷ୍ଟି କରାଏ । ହୃଦୟ କୋମଳିତ ପୂର୍ଣ୍ଣ; ପରକୁ ଆପଣା କରାଏ । ସଫଳ ରୂପାୟନ ଉଭୟଙ୍କୁ ଆକର୍ଷିତ କରିବା ଓ ବର୍ଷିଆନ ଦୀର୍ଘଜୀବି ସମ୍ପର୍କ ସୃଷ୍ଟି କରିବା ।

ସୌନ୍ଦର୍ଯ୍ୟମୟୀ, ଲାବଣ୍ୟବତୀ ଓ ରାଜରାଣୀ । ଭଲପାଇବାର ଭାବନାକୁ ଅନ୍ୟଆଗେ ପ୍ରକାଶ କରି ସୃଷ୍ଟିକରେ ପବିତ୍ର ସମ୍ପର୍କ । ପ୍ରତିଟି ପରସ୍ତ ପରସ୍ତ ପାଖୁଡ଼ା ସୂଚେଇ ଦିଏ ଆତ୍ମୀୟତା ଆଉ ନିବିଡ଼ତା । ସୌନ୍ଦର୍ଯ୍ୟମୟୀ, ଲାବଣ୍ୟବତୀ ଓ ପବିତ୍ର ସମ୍ପର୍କର ମୂକସାକ୍ଷୀ । ଦ୍ୱୟ ଆତ୍ମାମନକୁ ଏକ କରିବା ସୁଚିନ୍ତିତ ସଫଳତା ପ୍ରାପ୍ତ ଅଦ୍ଭୁତପୂର୍ବ ମାର୍ଗ । ଆକୃତି ପ୍ରକୃତି ଆକର୍ଷଣ ହୃଦୟକୁ କରେ ବିମୋହିତ । ବେଶ ଚମତ୍କାର ଅତି ପରିଚିତ… ଗୋଲାପ ।

– ଆଶିଷ କୁମାର ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶିଷ କୁମାର ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।