You are currently viewing ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ
Interview with Swaraj Barik (ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ)

ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ

ସ୍ୱରାଜ, ତାଙ୍କ ନାଁ’ଟି ମାତ୍ର ତିନି ଅକ୍ଷର ବିଶିଷ୍ଟ, କିନ୍ତୁ ଏହାର ଅର୍ଥ ବହୁତ ବଡ଼ । ଏହି କଳାକାରଜଣଙ୍କ ଛୋଟବେଳୁ ତାଙ୍କ ନାମ ସାର୍ଥକତା ପ୍ରଦିପାଦନ କରିଆସିଛନ୍ତି । ଓଡ଼ିଆ ଧାରାବାହିକରେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ ସେ ତାଙ୍କର ଅଭିନୟର ଯାତ୍ରା ଆଉ ଅନେକ ସଫଳ ଓଡ଼ିଆ କଥାଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିବା ପରେ ସେ ନିଜର ରାଜ୍ ବଢ଼ାଇବାକୁ ନାୟକ ଭାବରେ ନିଜ ଲଭ୍ ଷ୍ଟୋରୀ ନିଜେ ଲେଖିବା ଆରମ୍ଭ କରିଥିଲେ । ତେବେ ଚାଲନ୍ତୁ ତାଙ୍କ ସହ କଥା ହେବା, ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

ପ୍ରଶ୍ନ ୧: ପିଲାଟିଏ ଯେତେବେଳେ ଭଲଭାବରେ ଓଡ଼ିଆ କହିପାରେନି, ସେତେବେଳେ ଆପଣ ଧାରାବାହିକରେ ଅଭିନୟ କରିଥିଲେ, କିଛି ମନେ ଅଛି ସେଦିନର ସ୍ମୃତି?

ଉତ୍ତର: ପ୍ରଥମ ସୁଯୋଗ ଦେଇଥିଲେ ସ୍ୱର୍ଗତଃ ଅଜିତ୍ ଦାସ ସାର୍ ସମ୍ପର୍କ ଧାରାବାହିକରେ ଦେଇଥିଲେ । ଅନୁଭୂତି ବହୁତ ନିଆରା ଥିଲା । ବେଶୀ କଷ୍ଟ ଅଭିନୟ ନ ଦେଉଥିବାରୁ ମୁଁ ମନ ଦୁଃଖ କରିଥିଲି । ଯେହେତୁ ଇଂରାଜୀ ମାଧ୍ୟମରେ ପଢ଼ୁଥିଲି, ଓଡ଼ିଆ ସଂଳାପ ପଢ଼ିବାକୁ ଅସମର୍ଥ ଥିଲି । ତା’ପରେ ସେଠୁ ଫେରୁ ଫେରୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଘରେ ଆଡ଼ମିଶନ୍ କରିଦେଲେ । ସେଠୁ ଜାଣିପାରିବେ ମୋ ଘର ଲୋକ ମୋ ଅଭିନୟ ଯାତ୍ରାକୁ ନେଇ ସାନବେଳୁ କେତେ ଆଗ୍ରହୀ ।

Odia Actor Swaraj Barik

ପ୍ରଶ୍ନ ୨: ଶ୍ରୀ ଜଗନ୍ନାଥ ଧାରାବାହିକର କାଳିଆ ଭୂମିକାରେ ଅଭିନୟ ପରେ କେମିତି ଥିଲା ସ୍ୱରାଜଙ୍କ ପ୍ରତି ଦର୍ଶକଙ୍କର ଭାବନା? କଛି ବଦଳିଥିଲା କି?

ଉତ୍ତର: ବହୁତ୍ ଭଲପାଇବା ପାଇଥିଲି । ଏବେ ବି ପୁରୀ ମନ୍ଦିର ଗଲେ ସେଠାକାର ସେବାୟତ ଆଉ ଆନନ୍ଦ ବଜାରରେ ସମସ୍ତେ ମୋତେ କାଳିଆ ଡାକନ୍ତି । ଥରେ ସେଇ ସୁଟିଂ ସମୟରେ ଟ୍ରାଫିକ ଉଲଂଘନ ପାଇଁ ପୋଲିସ ଅଧିକାରୀ ଗାଡ଼ିକୁ ଅଟକାଇଥିଲେ ହେଲେ ତା’ ଭିତରେ ମୋତେ ଦେଖି “ଆମ କାଳିଆ ବସିଛି ଗାଡ଼ିରେ” କହି ମୋତେ ପ୍ରଣାମ କରି ଗାଡ଼ିକୁ ଛାଡିଦେଇଥିଲେ ।

ପ୍ରଶ୍ନ ୩: ଶିଶୁ କଳାକାର ଭାବରେ ପ୍ରଥମ କଥାଚିତ୍ର ଓ ନାୟକ ଭାବରେ ପ୍ରଥମ କଥାଚିତ୍ରରେ କେତେ ପ୍ରଭେଦ ଥିଲା ସ୍ୱରାଜଙ୍କ ପାଇଁ?

ଉତ୍ତର: ସେବେ ଶିଶୁ କଳାକାର ଏବେ ନାୟକ । ସେବେ କିଛି ଚିନ୍ତା ନ ଥିଲା, ଏବେ ପୂରା ସିନେମାର ଭାର ସମ୍ଭାଳୁଛି । ମୋ ପାଇଁ ପ୍ରତ୍ୟେକଟି ସିନେମା ପ୍ରଥମ ଆଉ ଶେଷ ସିନେମା ତେଣୁ ଅଭିନୟ ବେଳେ ଅନୁଭୂତି ଏକା ଥିଲା ବାସ୍ ସେବେ ଦାୟିତ୍ଵ ନ ଥିଲା ଆଉ ଏବେ ପୂରା ଭାର ।

ପ୍ରଶ୍ନ ୪: ସ୍ୱରାଜଙ୍କର ପ୍ରଥମ କଥାଚିତ୍ର “ତୁ ମୋ ଲଭ୍ ଷ୍ଟୋରୀ” ହେଲେ, ସ୍ୱରାଜଙ୍କର ଲଭ୍‌ଷ୍ଟୋରୀ କେହି ଅଛନ୍ତି କି?

ଉତ୍ତର: ଅଛନ୍ତି ନିଶ୍ଚିତ । ହେଲେ କାହା କଥା ଜାଣିବାକୁ ଚାହୁଁଛନ୍ତି ସେ ବି ଜାଣିବାକୁ ଚାହୁଁଛି, କାହିଁକି ନା ମୋ ପରିବାର ମୋ ପାଇଁ ଲୋଭ ଷ୍ଟୋରୀ । ସମସ୍ତଙ୍କ ସହ ମୋର କାହାଣୀ ଲେଖା ହେଇଛି ।

Swaraj Barik Full Photo

ପ୍ରଶ୍ନ ୫: ସେଦିନର ସ୍ୱରାଜ ଆଉ ଆଜିର ସ୍ୱରାଜ ଭିତରେ କ’ଣ ବଦଳିଛି?

ଉତ୍ତର: ଅଛି । ଫରକ୍ ଅଛି । କେବଳ ବୟସ ଆଉ ଉଚ୍ଚତାରେ । ବାକି ସବୁ କିଛି ସମାନ ।

ପ୍ରଶ୍ନ ୬: ଆଗକୁ ସ୍ୱରାଜଙ୍କର କ’ଣ ଯୋଜନା ଅଛି?

ଉତ୍ତର: ଯୋଜନା ତ ବହୁତ ଅଛି, ହେଲେ କରିସାରି ଦେଖେଇବି । ଯେମତିକି ନିଜର ପ୍ରଡକ୍ସନ୍ ସ୍ୱରାଜ ବାରିକ ଫିଲ୍ମସ୍ ଏବେ ଆରମ୍ଭ କରିଛି । ସେମିତି ଆଗକୁ ଅନେକ କିଛି ଆସିବ ।

ପ୍ରଶ୍ନ ୭: ଏହି ଲକ୍‌ଡାଉନ୍ ସ୍ୱରାଜଙ୍କ ପାଇଁ କେମିତି ଥିଲା?

ଉତ୍ତର: ବହୁତ୍ ଭଲ କଟିଥିଲା । କାର୍ଡ଼ ବୋର୍ଡ଼ରେ ଉଡାଜାହାଜ ବନେଇଥିଲି । ବହୁତ କିଛି ନୂଆ ଏଡ଼ିଟିଙ୍ଗ୍ ଶିଖିବାକୁ ସମୟ ପାଇଲି । ନିଜକୁ ବ୍ୟାକିଂ ପାଇଁ ପ୍ରସ୍ତୁତ କରିଲି । ଆଉ ବହୁତ କିଛି ନୂଆ ଲେଖିଲି ଚାହେଁ ସେ କବିତା ହଉ କି କାହାଣୀର ସଂଳାପ ।

ଧନ୍ୟବାଦ ସ୍ୱରାଜ, ଆପଣଙ୍କର ମୂଲ୍ୟବାନ ସମୟ ବାହାର କରି ଆମର ସମସ୍ତ ପ୍ରଶ୍ନର ଉତ୍ତର ରଖିଥିବାରୁ । ଆଗକୁ ଆପଣଙ୍କର ସଫଳତାର କାମନା କରୁଛି । ଜୟ ଜଗନ୍ନାଥ !

– ସଂଗ୍ରାମ କେଶରୀ ସେନାପତି

Swaraj Barik with Royal Enfield

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।