You are currently viewing ସ୍ୱଚ୍ଛ ଭାରତ
Odia Poem Swachha Bharat (ସ୍ୱଚ୍ଛ ଭାରତ) by Ranjita Mishra

ସ୍ୱଚ୍ଛ ଭାରତ

ସ୍ୱପ୍ନ ଦେଖି ଥିଲେ ଗାନ୍ଧୀଜି
ଏକ ସ୍ୱଚ୍ଛ ଭରତର
ଅହିଂସା ତାଙ୍କର ମୂଳ ମନ୍ତ୍ର
ସତ୍ୟ ତାଙ୍କ ଆଧାର ॥

ଆଜି ଯେ ତାଙ୍କ ଜନ୍ମ ଦିବସ
ଏଇ ଉପହାର ଦେବା
ନିଜେ ସ୍ୱଚ୍ଛ ରହିବା ଅନ୍ୟକୁ ବୁଝାଇବା
ଆମେ ସ୍ୱଚ୍ଛତା ଆଡ଼କୁ ବଢ଼ିବା ॥

ସ୍ୱଚ୍ଛ ମନ ନେଇ ସ୍ୱଚ୍ଛତା ଭାବରେ
ଦେଶ ପାଇଁ କାମ କରିବା
ପ୍ରଗତିର ପଥେ ଅଗ୍ରସର ହୋଇ
ଆମେ ନୂତନ ଆଲୋକ ପାଇବା ॥

ନିଜେ ସ୍ୱଚ୍ଛ ରହି ଚତୁଃପାର୍ଶ୍ଵକୁ
ସ୍ୱଚ୍ଛତା ଆମେ ଯେ ରଖିବା
ତେବେ ଯାଇ ଏ ମହାମାରିରୁ
ଆମେ ଆମ ଦେଶକୁ ବଞ୍ଚେଇ ପାରିବା ॥

– ରଞ୍ଜିତା ମିଶ୍ର

Mahatma Gandhi

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଞ୍ଜିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।