You are currently viewing ମୁକ୍ତି ଦିଅ
Odia Poem Mukti Dia (ମୁକ୍ତି ଦିଅ) by Soubhagyabati Giri

ମୁକ୍ତି ଦିଅ

ମୁକ୍ତି ଦିଅ ମୁକ୍ତି ଦିଅ ପ୍ରଭୁ
ମତେ ଜନନୀର ଜଠରରୁ
ନିବିଡ଼ ଘୋର ଅନ୍ଧକାରରେ
କରୁଥିବା ସଂଘର୍ଷରୁ

ପାପର ପଙ୍କରେ ଘାଣ୍ଟି ମୁଁ ହେଉଛି
ନିତି ପାଏ ଏଠି କଷ୍ଟ
ଜଲ୍ଦିଜଲ୍ଦି ପାଦ ଥାପିବା ପାଇଁକି
ଡାକେ ମତେ ଧରାପୃଷ୍ଠ

କ୍ଷମା ଦିଅ କ୍ଷମା ଦିଅ ମତେ
ପ୍ରଭୁ ପାପର କର କ୍ଷୟ
ସତ୍ୟପଥେ ଆଉ ଧର୍ମପଥେ ମୁଁ
ରଖିବି ତ ସଦା ଲୟ

ଧରାପୃଷ୍ଠରେ ପାଦ ଥାପିବାକୁ
ଦିଅ ପ୍ରଭୁ ଅନୁମତି
ସବିତା ଦର୍ଶନେ ଶପଥ ନେବି ମୁଁ
ଗାଇବାକୁ ତୁମ କୀର୍ତ୍ତି

ତୁମ ଚରଣରେ ସବୁଦିନ ସତେ
ଥିବ ମୋର ଏଇ ମନ
ତୁମ ନାମ ଯଶ ଗାଉଥିବି ପ୍ରଭୁ
ଲଭିବାଯାଏ ମରଣ

– ସୌଭାଗ୍ୟବତୀ ଗିରି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌଭାଗ୍ୟବତୀ ଗିରି ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।