You are currently viewing ରତ୍ନବେଦୀ ଦର୍ଶନ
Odia Poem Ratna Bedi Darsana (ରତ୍ନବେଦୀ ଦର୍ଶନ) by Ashutosh Meher

ରତ୍ନବେଦୀ ଦର୍ଶନ

ତୁଳସୀରେ ମନ ଅବଢ଼ାରେ ମନ
ମନ ରତ୍ନ ସିଂହାସନେ
ବାଇଶୀ ପାହାଚ ବଡଦାଣ୍ଡେ ଭରା
ଧୂଳି ମୁଠେ ଧନ ଧନେ ॥୦॥

ସତରେ କାଳିଆ କେତେ ଦିନ ହେଲା
ଦେଖି ନାହିଁ ତୋ’ର ମୁହଁ
ଥୟ ଧରି ଥିବି ଆଉ କେତେ ଦିନ
ମନ ଖୋଲି ତୁହି କହ
ପରାଣ ଧନରେ ବଞ୍ଚିବି କେମିତି
ଆଶଙ୍କା ଭରୁଛି ମନ ॥୧॥

ଦେଖୁଛି ତୋ’ ବାନା ଫର ଫର ଉଡ଼େ
ହସୁଛି ସେ ନୀଳ ଚକ୍ର
ସତେ କାହିଁ ତେବେ ତୋ’ର ଆର୍ଶୀବାଦ
ମୋହରି ବେଳକୁ ବକ୍ର
ତିଳେ ଦୟା କରି ଭିଡ଼ି ନେ ମୋତେ ତୋ’
ରତ୍ନ ବେଦୀ ଦରଶନେ ॥୨॥

– ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।