You are currently viewing ଫଣୀ ହୋଇଗଲା ଫନି
ଫଣୀ ହୋଇଗଲା ଫନି

ଫଣୀ ହୋଇଗଲା ଫନି

ଫଣା ଟେକି ଯେ ହୁଏ ‘ ଫଣୀ ‘
ଫଣୀଂଦ୍ର ନାମ ଅଛୁଢ଼ଢ଼ଁ ଶୁଣି
ତେବେ ବି କାହିଢ଼ଁକି କେଜାଣି
ଲେଖିଲେ ‘ଫନି ଫାନି ଫୋନି ‘

ରୋମାନ୍‌ ଲିପିରେ ଯାହା FANI
ଖବର ଲେଖାଳି ସୁଜ୍ଞାନୀ
ଲିପିର ବିଧାନ ନ ମାନି
ଅପୂର୍ବ ଶବ୍ଦ ଦେଲେ ବୁଣି

ଫଣୀର ବିଷାକ୍ତ ଫୁତ୍କାର
ଧ୍ବନିର କରି ସୁବିଚାର
ଦିଆହୋଇଛି ଯେଉଁ ନାମ
ଦେଖିଲୁଁ ତା’ର ପରିଣାମ

ଅନୁକରଣକାରୀ ଦଳ
ଭୋଗଂତି ତହିଁର କୁଫଳ
ନ କରି କିଛି ଅନୁଧ୍ୟାନ
ଲେଖଂତି ଯାହା ହୁଏ ମନ
ଶୁଣିଲେ ଅନ୍ୟର ବଚନ
କରଂତି ସେହି ଉଚ୍ଚାରଣ
ନ ବୁଝି ଭାଷାର ପ୍ରକୃତି
କରୁଥାଆଂତି ଖାଲି କ୍ଷତି
ତାହା ବି ପାରଂତିନି ଜାଣି
କିପରି ହୁଏ ଦର୍ପହାନି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।