ସ୍ୱପ୍ନ ସେ ଯାଦୁ ନଗରର
ତାରା ଫୁଲ ସେ ଜହ୍ନ ରାଇଜର,
ରେଶମୀ ସୁତା ହୁଏ ଉଡ଼ା ଭାବନାର
ଛୋଟ ବିହଙ୍ଗଟି ସେ ପ୍ରଥମ ପ୍ରେମର ।।
କେବେ ପୁଣି ସାଜେ କୋହ ପ୍ରତାରଣାର
ଭାଙ୍ଗିଯାଏ ମନ ତା’ର ସ୍ନେହ ମମତାର
ଝୁରି ହୁଏ ସେ ଜୀବନ ଅତୀତର
ଲିଭେଇବାକୁ ଚାହେଁ ଅଭୁଲା ସ୍ମୃତିର ଗ୍ରନ୍ଥାଗାର ।
ଏକାକୀ ଖୋଜି ବୁଲେ ସାହାରା ଖୁସିର
ଶୂନ୍ୟତାରେ ମିଳେ ତାକୁ ମରୀଚିକା ମରୁଭୂମିର
ପଥିକ ସାଜେ ସେ ଜନଶୂନ୍ୟ ପଥର
ସାଥି ହୋଇଯାଏ ସେହି ଚିକମିକ ରଜନୀର ।।
– ସ୍ମିତା ପଣ୍ଡା