You are currently viewing ଆଜି ଖୋଜି ଚାଲିଛି
ଆଜି ଖୋଜି ଚାଲିଛି

ଆଜି ଖୋଜି ଚାଲିଛି

ମନରେ ଅଗଣିତ ପ୍ରଶ୍ନ
ସମାଧାନର ଉପାୟ ଖୋଜି ଚାଲିଛି
ଆଖିରେ ଅସୁମାରି ସ୍ୱପ୍ନ
ରାତ୍ରିର ଅନୁସନ୍ଧାନ କରୁଛି
କେଇ ଦିନର ଭୋକିଲା ପେଟ
ଖାଦ୍ୟ ପାଇଁ ଛଟ ପଟ ହେଉଛି
ଚାଲିବାକୁ ବହୁପଥ ଅଛି
କ୍ଲାନ୍ତ ପଥିକଟି ପରି ପଡ଼ି ରହିଛି
ବଞ୍ଚିବାକୁ ଆଶାନାହିଁ
ପ୍ରଭୁ ତୁମ ଦର୍ଶନକୁ ଅପେକ୍ଷା କରିଛି
ସତରେ ବିଚିତ୍ର ଏ ଦୁନିଆ
ଆଉ ତାର ଚିତ୍ରପଟ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।