You are currently viewing ଅପରାଧ
ଅପରାଧ

ଅପରାଧ

ବିଚାର ଚାଲିଛି, ଲୁହାଶିକୁଳିରେ ବନ୍ଧା
ବର୍ବର ଆତ‌ତାୟୀମାନଙ୍କର
ଅପରାଧ ରାଜଦ୍ରୋହ
ଶ୍ରେଷ୍ଠତ୍ୱର ଶିରିପାବନ୍ଧା ରାଜାର ବିରୋଧରେ
(ମିଛ) ବିଜୟର ତିଳକ ଲଗା କପାଳରେ
(ସତ) କଳଙ୍କର ଛିଟା
ରାଜା କେବେ ବରଦାସ୍ତ ନକରିପାରେ,
ସେଥିପାଇଁ ସେମାନେ ବର୍ବର ଅପରାଧି
ସେମାନଙ୍କ ଅପରାଧ ‘ହକ୍ ମାଗିବା’
ମାଗୁନଥିଲେ ରାଜା ଲୁଟିଥିବା ରାଜସ୍ୱ
କେବଳ ପେଟ ପାଇଁ ମୁଠେ ଦାନା
ରାଜାର ଦେହଖିଆ ଭୋକିଲା ପଶୁଠାରୁ
ନିଜକୁ ରକ୍ଷା କରିବାକୁ ଖଣ୍ଡେ କନା
ବେକାରୀ ମାଗୁଥିଲେ ବଞ୍ଚିବାର ରାହା
ଅପ‌ପୃଷ୍ଟି ଶିଶୁର ପୃଷ୍ଟି ମାଗୁଥିଲା ମାଆ
ଯାଯାବର, ବାରବୁଲା ଉପେକ୍ଷିତ ଦଳିତ
ମାଗୁଥିଲେ ନିଜର ପରିଚୟ ଆଉ ଅସ୍ତିତ୍ୱ
ମୁଣ୍ଡ ଗୁଞ୍ଜିବାକୁ ବଖୁରେ ଘର
ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାର,
ସେମାନେ ମାଗୁଥିଲେ ସେମାନଙ୍କ ହକ୍
ଭାବିଥିଲେ ଜୋର୍ କରି ଜିଣିନେବେ
ରାଜାର ଅଭେଦ୍ୟ ଦୁର୍ଗ
ହେଲେ ଦୁର୍ଗ ଆଗରେ ଥିବା
୧୪୪ର ଖାଇରେ ପଡ଼ି
ସେମାନେ ଆଜି ବନ୍ଦୀ ଆତ‌ତାୟୀ ।

ଶେଷଦେବ ଯଜ୍ଞକାମ ଦେଓ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶେଷଦେବ ଯଜ୍ଞକାମ ଦେଓ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।