You are currently viewing ସରବ୍ ଜାନି ମାଁ
ସରବ୍ ଜାନି ମାଁ

ସରବ୍ ଜାନି ମାଁ

ଧଏନ୍ ଗେ ମାଁ ସରବ୍ ଜାନି
ଇ ସଂସାର୍ ତୋର ଲିଲା ଖେଲା
ସକାଲୁଁ ଓଦେଁ ଧର୍ମ୍ ଦେବତା
ଡୁବି ଯାଉଛେ ସଂଜର୍ ବେଲା ।
ସଭଁକେ ସାହା ଭରସା ଦେସୁ
ଦୁଃଖେ କହେସୁ ରହିଥଁ ଭଲେ
ପତନ୍ ତଲେ ରଖସୁଁ ଢାଁକି
ଭରସା ତୋର୍ ବାହା ର’ ତଲେ ।
ସମିଆଁ ଦେଖି ଶକତ୍ ହେସୁ
ଇ ସଂସାର କେ ଘାଟୁଁ ନ୍ ଥିସୁ
ଭଲ୍ ଲୁକକେ ରଖସୁ ଭଲେ
ଦମନ୍ ଦୁଷ୍ଟ୍ ଲବାର୍ ନାସୁ ।
ସିନ୍ଦୁର୍ କଲେ୍ ମାର୍ଲେ କପାଲେ୍
ଝଟକି ଉଝାଟା ସାରା ବାଟ୍
ମୁଣ୍ଡ କେ ଝାଁକି ସରନ୍ ମା ଗୋ
ଶିଖାବୁ ଖାଲି ସତର୍ ନାଟ୍ ।

*ଇନେ ସରଲା*

ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।