ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ

ଓଁ ନମଃ ଭଗବତେ ବାସୁଦେବାୟ

ସବୁ ଜାଣି ବି ତୁମେ ଅଜଣା,
ସବୁ ଶୁଣି ବି, ସବୁ ତୁମ ପାଇଁ ଅଶୁଣା ।
ତୁମେ ନଥିଲେ ଚାରିଦିଗ ଅନ୍ଧକାରମୟ,
ତୁମେ ଥିଲେ ଆଲୋକରେ ପରିପୂର୍ଣ୍ଣ,
ମୋ ଘର ଅଗଣା ॥

କେବେ ତୁମେ ଦେଖାଦିଅ,
ମନ୍ଦିରର ମୁଖଶାଳା ସାଜି,
କେବେ ପୁଣି ଆସ ଅଧା ଲେଖା କାହାଣୀର,
ଶେଷ ଅଧ୍ୟାୟ ପ୍ରାୟେ ।
ଜୀବନ ମୃତ୍ୟୁ ସବୁ ତୁମରି ଦାନ,
ହାତ ଧରି କଢ଼ାଇ ନିଅ ବାଟ,
ଯେବେ ମଣିଷ ପଥହରା ହୁଏ ଭୟେ ॥

ଶିଖାଇଛ ତୁମେ କରିବାକୁ ପ୍ରେମ ।
ଶିଖାଇଛ ପୁଣି କ’ଣ ଧର୍ମ ଓ କେଉଁଟି ଅଧର୍ମ ॥
ବେଳେ ବେଳେ ଉଦ୍ଦୀୟମାନ,
ଆଉ ବେଳେ ବେଳେ ଅଦୃଶ୍ୟ ତୁମର କାୟା ।
ତୁମେ ଥିଲେ ସାଥିରେ ହେ ମାଧବ,
ପଡ଼େ ନାହିଁ ବିପଦର ଛାୟା ॥

ହେ କୃଷ୍ଣ, କେଶବ, ବାସୁଦେବ, ନନ୍ଦସୁତ,
ଉଦ୍ଧାର କର ଏ ଭବ ସାଗରୁ ହେ ଅଚ୍ୟୁତ ।
ତୁମେ ହିଁ ଆରମ୍ଭ, ତୁମେ ହିଁ ଶେଷ,
ସମଗ୍ର ଧରାରେ ଏକା ତୁମେ ହିଁ ବିଶେଷ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu