You are currently viewing ପରୀକ୍ଷା
ପରୀକ୍ଷା

ପରୀକ୍ଷା

ଏ ଜୀବନ ହେଉଛି ପରୀକ୍ଷାର ଏକ ସୋତ୍ର
ସଂଘର୍ଷମୟ ଜୀବନ ହେଲେ…
ମନ କହେ…
ଜୀବନ ଏକ ପରୀକ୍ଷା
ପ୍ରତି ସମୟରେ ପରୀକ୍ଷା
ପ୍ରତି ସ୍ତରରେ ପରୀକ୍ଷା
ପ୍ରତି ସ୍ୱାଦରେ ପରୀକ୍ଷା
ପ୍ରତି ରକ୍ତବିନ୍ଦୁରେ ପରୀକ୍ଷା
ହୃଦୟର ପ୍ରତି ସ୍ପନ୍ଦନରେ ପରୀକ୍ଷା
ନିଜକୁ ପ୍ରମାଣିତ କରିବା ହେଉଛି ଏକ ପରୀକ୍ଷା ।

ହସରେ… ଲୁହରେ… କର୍ମରେ… କର୍ତ୍ତବ୍ୟରେ…
ସମ୍ପର୍କରେ… ସମାଜରେ… ସମ୍ମାନରେ… ଜୀବନରେ…
ଏ ଜୀବନ ଆରମ୍ଭରୁ ଶେଷ ଯାଏ…
ଶେଷରୁ ପୁଣି ଆରମ୍ଭ ଯାଏ…
କେବଳ ଖାଲି ପରୀକ୍ଷା, ପରୀକ୍ଷା, ପରୀକ୍ଷା…
ମାଆଟିର ବି ପରୀକ୍ଷା… ପିଲାଟିର ବି ପରୀକ୍ଷା ।

ପରୀକ୍ଷାର୍ଥୀର ବି ପରୀକ୍ଷା
ଶିକ୍ଷକର ବି ପରୀକ୍ଷା
କେତେବେଳେ ସଫଳ ପୁଣି କେତେବେଳେ ବିଫଳ ।
ବୋଧହୁଏ ଜୀବନର ଅନ୍ୟ ନାମ ପରୀକ୍ଷା…
ନା ବଞ୍ଚିବାର ଅନ୍ୟ ଦିଗ ପରୀକ୍ଷା…

– ସୁନାଲତା ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁନାଲତା ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।