You are currently viewing ହେ ମୋର ଦୂର ସୁଦୂରର ଅତିପ୍ରିୟ ନିଷ୍ଠୁର ବନ୍ଧୁ
Odia Poem He Mora Dura Sudurara Nisthura Bandhu (ହେ ମୋର ଦୂର ସୁଦୂରର ଅତିପ୍ରିୟ ନିଷ୍ଠୁର ବନ୍ଧୁ) by Chirashree Chinmayee Chaine

ହେ ମୋର ଦୂର ସୁଦୂରର ଅତିପ୍ରିୟ ନିଷ୍ଠୁର ବନ୍ଧୁ

ମୋ ଜୀବନର ଏଇ ଚଲା ପଥରେ
ତୁମେ ମୋତେ ତୁମଠୁ ଯେତେ ଦୂରରେ ରଖିଥିଲେ
ମଧ୍ୟ, ମୁଁ ମୋର ହୃଦୟର
ପ୍ରତିଟି କୋଣରେ ତୁମକୁ ସାଇତି ରଖିଛି ।

କ’ଣ ମୁଁ ଏହିପରି ତୁମରି ସ୍ମୃତିରେ
କଣ୍ଟକିତ ଶର ଶଯ୍ୟାରେ, ମୋ ଜୀବନକୁ
ଅତିବାହିତ କରୁଥିବି?

କେତେ ଦିନ ଏପରି ହୃଦୟରେ ଅନେକ
କଷ୍ଟ ଧରି, ଏ ଅସ୍ଥିର ସମାଜ ସାମ୍ନାରେ,
ଛଦ୍ମବେଶୀ ଏ ହସର ମୁଖାଟାକୁ ପିନ୍ଧି ବୁଲୁଥିବି?

“ମହାପ୍ରଭୁ” ଏମିତି କେତେ ବଡ଼
ଭୁଲ କରିଦେଇଛି ଯେ,
ଯାହା ଅସରନ୍ତି ଦୁଃଖରେ ପାଲଟି ଯାଇଛି ।

କାହିଁକି ସମସ୍ତଙ୍କୁ ନିଜର କରି ମଧ୍ୟ
କେହି ନିଜର ହୋଇ ପାରିଲେ ନାହିଁ?

କାହିଁକି ସମସ୍ତଙ୍କୁ ଛାଡ଼ି ମଧ୍ୟ କାହାକୁ
କାହାକୁ ଛାଡ଼ିପାରୁ ନାହିଁ?

ଚିରଶ୍ରୀ ଚିନ୍ମୟୀ ଚଇନି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିରଶ୍ରୀ ଚିନ୍ମୟୀ ଚଇନି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Leave a Reply