You are currently viewing ଦୁର୍ଗତି ନାଶିନୀ
ଦୁର୍ଗତି ନାଶିନୀ

ଦୁର୍ଗତି ନାଶିନୀ

ଜୟ ମାତ ଦଶଭୁଜା ଦୁର୍ଗତି ନାଶିନୀ ଦୁର୍ଗା
ଚଉଦିଗେ ଉଡ଼ାଅ ମା’ କୀରତି ଧ୍ୱଜା,
ଲୋକପିୟ ହିନ୍ଦୁ ଦେବୀ ମହିମା କିବା ବର୍ଣ୍ଣିବି
ସଙ୍କଟ କାଳରେ ତୋର ପଡ଼ଇ ଖୋଜା ।
ତୁମପାଇଁ ପ୍ରକୃତିର କି ସାଜସଜ୍ଜା,
ଶରତ ଚାରୁ ସମ୍ଭାରେ ପାଉ ମା ପୂଜା ।୧।

ଜୟ ମାତ କାତ୍ୟାୟନୀ ମହିଷାସୁର ମର୍ଦ୍ଦିନୀ
ଦିବ୍ୟାଅସ୍ତ୍ର ଧାରିଣୀ ଦିବ୍ୟରୂପା ଜନନୀ ,
ଦୁଷ୍ଟଶକ୍ତି ବିନାଶିନୀ ଖଣ୍ଡା ଖର୍ପର ଧାରିଣୀ
ଶୁମ୍ଭ ନିଶୁମ୍ଭ ଘାତିନୀ ସିଂହବାହିନୀ,
ରୋଗ ଶୋକ ଭୟ ହାରିଣୀ,
ସନ୍ତାନ ହିତରେ ତୁହି ବିଶ୍ୱଜନନୀ ।୨।

ଅଗ୍ନିଜ୍ୱାଳା ରୌଦ୍ରମୁଖୀ ଦେବକୁଳ କର ସୁଖୀ
ଚଣ୍ଡ ମୁଣ୍ଡ ବିନାଶିନୀ ତୁ ମହାମାୟା ,
ମହୋଦରୀ ମୁକ୍ତକେଶୀ ଲାଲରଙ୍ଗେ ହେଉ ଖୁସି
ଜନ୍ମ ତୁମ ପାପଭାରା ନାଶିବା ପାଇଁ ।
ଦୟାକର ହେ ଦୟାମୟୀ ,
ରୋଗ ଶୋକ ଭୟ ସବୁ ଯାଉ ଦୂରେଇ ।୩।

– ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।