You are currently viewing ଅଶିଣରେ ଆସେ ମାଆ
ଅଶିଣରେ ଆସେ ମାଆ

ଅଶିଣରେ ଆସେ ମାଆ

ଆଶ୍ୱିନେ ଆସୁ ତୁ ପଣତ ମେଲେଇ
ବସୁନ୍ଧରା ସଜାଏ କାଶତଣ୍ଡୀ ତୋ’
ଚଲାପଥେ ଭବ୍ୟ ସ୍ୱାଗତ ପାଇଁ
ଆଶ୍ୱିନ ଡାକେ ମା’ ମା’ ଗୁହାରି
ଶୁଣିମା ହେଉ ବେଗି ହର ଚିତ୍ତ
ଭକ୍ତ ମାତି ଉଠେ ତୋ’ ନାମ ଆବୋରି ।

ଜଗତ ହୁରି ପକାଏ ସଜାଅରେ ବେଗି
ମା’ ପୂଜା ପୀଠ ମା’ ପରା ବିରାଜିବ
ନାଶିବାକୁ ଜଗତରୁ ଅନ୍ଧାର ପ୍ରହରୀ
ଘଣ୍ଟ, ମୃଦଙ୍ଗର କର ବେଗେ ସଜ
ମା’କୁ ପରା ପାଛୋଟିବା ଏ ଧରାକୁ
ହୁଳହୁଳିରେ ତୋଷି ତା’ ମନକୁ ହରି ।

ଏ ପାର୍ବଣର ଋତୁ ଚାତକ ପରା
ମା’ ଦରଶନ ପାଇଁ ମରତେ
ବ୍ୟଗ୍ର ଚାନ୍ଦ ଆଉ ଚକୋରି
ଶରତ ସଜାଏ ତୋଫା ଆକାଶ
ହାଲକା ଶିଶିର ଚାଦର ଘୋଡ଼େଇ
ସଭିଏଁ ବ୍ୟସ୍ତ ମା’ ମନକୁ ନେବାକୁ ମୋହି ।

ଗାଁ ଦାଣ୍ଡ, ସଞ୍ଜ, ଚଉଁରା ତୁଳସୀଙ୍କ
ପାଦ ନଲାଗେ ଆଉ ଭୂଇଁରେ
ସତେ ମିଳିଛି କୋଟିନିଧି,
ପବନ ମିଶାଇ ପରବର ବାସ୍ନା
ଦେଉଛି ବୋଳି ଧରଣୀ ଦେହେ
ଦଶଦିଶ ମା’ ନାମ ବାସିବ ଭେଦି ।

ସବୁରି ପ୍ରାଣରେ ଫୁଟି ଉଠେ ପାର୍ବଣର
ମହକ ମା’ ଆସିଛି ଏ ଶରତେ ଅଶିଣକୁ
ତା’ ପଣତ ସ୍ପର୍ଶରେ ଧନ୍ୟ କରି
ଝୁଣା , ଧୂପଦୀପ, ଘଣ୍ଟ, ଶଙ୍ଖ ନାଦେ
ଦଶଦିଶ ପଡ଼େ ଉଛୁଳି ଭକ୍ତ ବିଭୋର
ମା’ ର ଚରଣ ସେବା କରି ।

ଏମିତି ଯୁଗେ ଯୁଗେ ଆସୁଥାଅ ମା’
ଭକତ କରେ ବିନତି ଆବେଗଭରା
କଣ୍ଠେ ଆଖିରେ ଲୋତକ ଭରି
ପାବନ ହେଉ ଏ ମାଟି ଝୁମୁ ଏ
ପାଣିପବନ, ସକଳ ପ୍ରାଣୀର ତୁମ
ଆଗମନେ ଯାଉ ସବୁ ଦୁଃଖ ସରି।
ପବିତ୍ର ଦଶହରାର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
ଜୟ ମା ଦୁର୍ଗା ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।