You are currently viewing ମାଆ ଦୁର୍ଗା
ମାଆ ଦୁର୍ଗା

ମାଆ ଦୁର୍ଗା

ପାର୍ବଣେ ନବ ଦୁର୍ଗା ଆଗମନେ
ଚଞ୍ଚଳିତ ଆଜି ଧରା
ଦେବୀ ନାରାୟଣୀ ଦୁଃଖ ବିମୋଚିନୀ
ଜଗତେ କରୁଛି ଲୀଳା ॥

ସତ୍ୟ ସନାତନୀ ଜଗତ କଲ୍ୟାଣୀ
ମହିଷା ମର୍ଦ୍ଦିନୀ ମାଆ
ନିରାଷ ଅନ୍ଧାରେ ଦେଉ ମା’ ଆଲୋକ
ବିପଦରେ ତୁହି ସାହା ॥

ଶୈଳପୁତ୍ରୀ ବ୍ରହ୍ମଚାରିଣୀ ମାଆ ଲୋ
ଚନ୍ଦ୍ରଘଣ୍ଟା ତୁ କୁଷ୍ମାଣ୍ଡା
ପାତକ ନାଶିନୀ ଅଭୟ ଦାୟିନୀ
କାତ୍ୟାୟନୀ ସ୍କନ୍ଦମାତା ॥

କାଳରାତ୍ରୀ ମହାଗୌରୀ ତୁ ଜନନୀ
ସିଦ୍ଧିଦାତ୍ରୀ ଗୀରିସୂତା
ଚୌଷଠି ଯୋଗିନୀ ସଙ୍ଗେ ତୋ’ ଭ୍ରମଣ
ଆଦ୍ୟାଶକ୍ତି ଆଦିମାତା ॥

ତ୍ରୀପୁର ମୋହିନୀ ମାଆ ଦଶଭୂଜା
କରୁଣା ଦେଏ ଲୋ ଢାଳି
ଦୁଇ ହାତ ଯୋଡ଼ି କରେ ମୁଁ ପ୍ରଣତି
କରୁଛି ଏତିକି ଅଳି ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।