You are currently viewing ବିସ୍ମୟ ତୁମେ ଗାନ୍ଧୀ
ବିସ୍ମୟ ତୁମେ ଗାନ୍ଧୀ

ବିସ୍ମୟ ତୁମେ ଗାନ୍ଧୀ

ବିଶ୍ଵର ବିସ୍ମୟ ଜାତିର ଜନକ
ଧନ୍ୟ ହେ ମହାତ୍ମା ସତ୍ୟର ସାଧକ ।
ସତ୍ୟ ଅହିଂସାର ଜୀବନ୍ତ ପ୍ରତୀକ
ଅଲିଭା ପ୍ରଦୀପ ତୁମେ ହେ ରାଷ୍ଟ୍ର ନାୟକ ।

ପୁଣ୍ୟତୟ ଭାରତର ଅମ୍ଳାନ ଜ୍ୟୋତିଷ୍କ
ପ୍ରବାଦ ପୁରୁଷ ତୁମେ ଅସାଧ୍ୟ ସାଧକ ।
ଅହିଂସାକୁ ଅମୋଘ ଅସ୍ତ୍ର କରି
ଆହ୍ୱାନ ଦେଇଥିଲ ଇଂରେଜକୁ ଯାଅ ଫେରି ।

ଅସହଯୋଗର ସାଜିଲ ସୂତ୍ରଧର
ଆଇନ୍ ଅମାନ୍ୟ ଆନ୍ଦୋଳନ କଲ ବାରମ୍ବାର ।
ସାବରମତୀ ଆଶ୍ରମେ କଲ ଅହିଂସାର ପ୍ରତିଷ୍ଠା
କୋଟି ଭାରତୀୟଙ୍କର ସାଜିଲ ମାର୍ଗ ଦ୍ରଷ୍ଟା ।

ଅହିଂସା ମାର୍ଗକୁ ଆପଣେଇ ଦେଶକୁ ସ୍ୱାଧୀନ କଲ
ସେହି ଦେଶବାସୀ ଆଜି ହିଂସାରେ କଲବଲ ।
ଯେଉଁ ରାମରାଜ୍ୟର ଦେଖୁଥିଲ ସ୍ୱପ୍ନ
ସେଠି ଆଜି ନିରୀହ ଲୋକଙ୍କ ଅବସ୍ଥା ବିପନ୍ନ ।

ହତ୍ୟା ଦୁର୍ନୀତି ଲୁଣ୍ଠନ ମିଥ୍ୟାର ଚାଲିଛି ଏଠି ରାଜ୍
ଧନବାନ୍ ଲୋକ ଏଠି ଗଢ଼ିଥାଏ ତାଜ୍ ।
ସ୍ୱାଧୀନ ଭାରତେ ଆମେ ସାଜିଛୁ ପରାଧୀନ ବାସୀ
ଫେରିଆସ ଗାନ୍ଧୀ,
ପୂରଣ କରିଯାଅ ତୁମ ଅଧୁରା ସପନ ଆସି ।

– ରଶ୍ମୀ ବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।