You are currently viewing କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା
କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା

କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା

ଆମେ ଓଡ଼ିଆ, ଭାରି ବଢ଼ିଆ । ଆମେ ଆମର ଭାଷା, ସଂସ୍କୃତିକୁ ଯେମିତି ଭଲ ପାଉ, ସେମିତି ଆମେ ଆମର ଖାଦ୍ୟକୁ ମଧ୍ୟ ଭଲ ପାଉ । ଆଜି ଆମର ପାରମ୍ପାରିକ ପରିବା ସଜନା ଛୁଇଁକୁ ନେଇ ପ୍ରସ୍ତୁତ କରୁଛୁ କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା, ଯାହାକି ଅଳ୍ପ ତେଲ ମସଲାରେ ପ୍ରସ୍ତୁତ ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ଏବଂ ଏହା ସ୍ୱାସ୍ଥ୍ୟ ଉପଯୋଗୀ ।

ଆବଶ୍ୟକୀୟ ସାମଗ୍ରୀ:

୧. ସଜନା ଛୁଇଁ – ୨୫୦ ଗ୍ରାମ୍
୨. ଆଳୁ – ୨ଟା
୩. ଫୁଟଣ – ୧ ଚାମଚ (ଛୋଟ)
୪. ଶୁଖିଲା ଲଙ୍କା – ୨ଟା
୫. ସୋରିଷ ତେଲ – ୨ ଚାମଚ
୬. ହଳଦୀ – ୧ ଚାମଚ (ଛୋଟ)
୭. ଲୁଣ – ସ୍ୱାଦ ଅନୁଯାୟୀ
୮. କ୍ଷୀର – ୧ କପ୍
୯. ପାଣି – ୧ରୁ ୨ କପ୍

ପ୍ରସ୍ତୁତି ପ୍ରଣାଳୀ:

  • ଛୁଇଁରୁ ଚୋପା ଛଡ଼ାଇ ଲମ୍ବା ଲମ୍ବା କାଟନ୍ତୁ । ଆଳୁକୁ ଚୋପା ଛଡ଼ାଇ, ଗୋଲ ଗୋଲ କାଟି ରଖନ୍ତୁ ।
  • କଡ଼େଇରେ ୨ ଚାମଚ ତେଲ ନେଇ ମଧ୍ୟମ ଆଞ୍ଚରେ ଗରମ କରି, ଫୁଟଣ ଓ ଲଙ୍କା ପକାଇ ଫୁଟାନ୍ତୁ ।
  • ଛୁଇଁ ଆଳୁ ପକାଇ କିଛି ସମୟ ଭାଜି ଦିଅନ୍ତୁ (୧ରୁ ୨ ମିନିଟ୍) ।
  • ଲୁଣ, ହଳଦୀ ପକାଇ ୨ କପ୍ ପାଣି ଦେଇ ଘୋଡ଼ଣି ବନ୍ଦ କରି ୧୦ରୁ ୧୫ ମିନିଟ୍ ମଧ୍ୟ ଆଞ୍ଚରେ ସିଝାନ୍ତୁ ।
  • ଛୁଇଁ ଆଳୁ ସିଝିଲା ପରେ ଏକ କପ୍ କ୍ଷୀର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ମାତ୍ର ଗୋଟିଏ ମିନିଟ୍ ଚଲାଇ ଆଞ୍ଚକୁ ବନ୍ଦ କରିଦିଅନ୍ତୁ ।
  • ତା’ପରେ ଟିକେ ଜୀରା, ଲଙ୍କା ଗୁଣ୍ଡ ପକାଇ ଗରମ ଗରମ ଭାତ ସହିତ ପରସନ୍ତୁ ।

କେବେ ଯଦିଓ ଘରେ କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା ପ୍ରସ୍ତୁତ କରନ୍ତି, ତେବେ ମୋତେ ମୋର ଇନ୍‌ଷ୍ଟାଗ୍ରାମ୍ @puspita_ki_rasoiରେ ଟ୍ୟାଗ୍ କରିବାକୁ ଭୁଲିବେନାହିଁ ।

ପୁଷ୍ପିତା ଭୁତିଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଖାଇବାକୁ ଏବଂ ଖୁଆଇବାକୁ ଭଲ ପାଉଥିବା ମଣିଷଟିଏ ହେଉଛନ୍ତି ପୁଷ୍ପିତା ଭୁତିଆ ।