You are currently viewing ମାଛ-ଆଳୁ ବେସର
Machha-Aloo Besara (ମାଛ-ଆଳୁ ବେସର) prepared by Tapas Ranjan

ମାଛ-ଆଳୁ ବେସର

ବେସର ପ୍ରାୟ ଓଡ଼ିଆଙ୍କର ପ୍ରିୟ । ଅନେକ ସ୍ଥାନରେ ମାଛ ବେସର ଠାକୁରାଣୀଙ୍କ ପାଖରେ ଭୋଗ ଲାଗିବାର ନଜିର୍ ରହିଛି । ତେବେ ଆଜି ଆସନ୍ତୁ ପ୍ରସ୍ତୁତ କରିବା ମାଛ-ଆଳୁ ବେସର । ଅଳ୍ପ ସମୟରେ ଆଉ ଅଳ୍ପ ପରିଶ୍ରମରେ ପ୍ରସ୍ତୁତ କରିବା ଏହି ସୁଆଦିନ ଆଇଁଷିଆ ତରକାରୀଟି ।

ଆବଶ୍ୟକୀୟ ଉପାଦାନ

  • ମାଛ
  • ବେସର
  • ଲୁଣ
  • ହଳଦୀ
  • ବାକି ମସଲା

ପ୍ରସ୍ତୁତ ପ୍ରଣାଳୀ

କଞ୍ଚା ମାଛକୁ ଲୁଣ, ହଳଦୀ, ବେସର ପକେଇ ଭଲ ଭାବରେ ଗୋଳେଇକି ୩୦ ମିନିଟ ଛାଡ଼ିଦିଅନ୍ତୁ । ଆଳୁକୁ ପତଳା ପତଳା କାଟି (ନିଜ ହିସାବରେ ବି କରିପାରିବେ) ଅଳ୍ପଟିକେ ସନ୍ତୁଳି ଦେବେ । ଗୋଟେ ମିଡିଅମ୍ ପିଆଜ ସରୁ ସରୁ କାଟି ରଖିବେ, କଞ୍ଚା ଲଙ୍କା ବି ଲମ୍ବରେ କାଟିବ (ରାଗ ଖାଉଥିଲେ ପକେଇବେ, ନହେଲେ ନାହିଁ) । ଗରମ କଡ଼େଇରେ ତେଲ ଫୁଟଣ ଫୁଟେଇ ବେସର ସନ୍ତୁଳନ୍ତୁ ଏବଂ ଟିକେ ପରେ ଆଳୁ ପକେଇ ଆଉ ଥରେ ସନ୍ତୁଳନ୍ତୁ । ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଦେବେ । ଫୁଟି ଆସିଲେ ମାଛ, ପିଆଜ ଆଉ ଲଙ୍କା ପକେଇବେ । ଦର ସିଝା ହେଇ ଆସିଲେ ଆମ୍ବୁଲ ପକେଇ ଘୋଡ଼େଇ ଦେବେ । ଆଳୁ ସିଝିଗଲେ ଓହ୍ଲେଇ ଆଣିବେ ।

ତାପସ ରଞ୍ଜନ

ଇଂରାଜୀରେ ପଢ଼ନ୍ତୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।