You are currently viewing ଆମ୍ବ ବଡ଼ି ଛେଚା
Amba Badi Chhecha (ଆମ୍ବ-ବଡ଼ି ଛେଚା) recipe

ଆମ୍ବ ବଡ଼ି ଛେଚା

“ଆମେ ଓଡ଼ିଆ, ଭାରି ବଢ଼ିଆ ।” ଆମର ଭାଷା ଯେମିତି ବଢ଼ିଆ, ଆମର ଖାଦ୍ୟ ବି ସେମିତି ବଢ଼ିଆ । ପତ୍ରଠାରୁ ଆରମ୍ଭ କରି ଚୋପାଯାଏଁ ବି ଆମେ ରୋଷେଇରେ ବ୍ୟବହାର କରୁ । ଆଉ ଏବେ ତ କଞ୍ଚା ଆମ୍ବର ଋତୁ ଚାଲିଛି, ତାକୁ ନେଇ ପୂର୍ବବର୍ଷ ମିଠା ଆମ୍ବ ଆଚାର କରିବା ଶିଖିଥିଲେ, ଏଥର ଚାଲନ୍ତୁ ଶିଖିବା ସହଜିଆ ଜିନିଷଟିଏ, ଆମ୍ବ ବଡ଼ି ଛେଚା (Amba Badi Chhecha) ।

ଆବଶ୍ୟକ ସାମଗ୍ରୀ

  1. କଞ୍ଚା ଆମ୍ବ
  2. ଭଜା ବଡ଼ି
  3. କଞ୍ଚା ଲଙ୍କା
  4. ରସୁଣ
  5. ଆବଶ୍ୟକ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

କଞ୍ଚା ଆମ୍ବକୁ ଚୋପା ଛଡ଼ାଇ ସେଥିରେ କଞ୍ଚା ଲଙ୍କା, ଆଉ ରସୁଣ ପାଖୁଡ଼ା ମିଶେଇ ହେମଦସ୍ତାରେ ଭଲ ଭାବରେ ଛେଚି ଦିଅନ୍ତୁ । ଏହାପରେ ଗରମାଗରମ ଭଜା ହେଇଥିବା ବଡ଼ିକୁ ସେଥିରେ ମିଶେଇକି ଚୁନା ଚୁନା କରିଦିଅନ୍ତୁ । ପ୍ରସ୍ତୁତ ହେଇଗଲା ‘ଆମ୍ବ-ବଡ଼ି ଛେଚା’ ।

ଏହାକୁ ଆପଣ ପଖାଳ ଭାତ କିମ୍ବା ଗରମ ଭାତ ସହିତ ମଧ୍ୟ ଖାଇପାରିବେ । ହଁ ହେମଦସ୍ତା ବଦଳରେ ଗ୍ରାଇଣ୍ଡର୍ ମଧ୍ୟ ବ୍ୟବହାର କରିପାରିବେ ।

– ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।