You are currently viewing ଆମ ଗାଁ ବାଇଆ
Odia Poem Ama Gaon Baia (ଆମ ଗାଁ ବାଇଆ) by Jagan Behera

ଆମ ଗାଁ ବାଇଆ

ଆରେ ବାଇଆ…
ବସିଛୁ କାହିଁ ମନକୁ ମାରି
କାମରେ ତୋର କରୁଛୁ ଡେରି,
ବେଳ କାଳ ତତେ ଜଣା ପଡ଼ୁନି
କିସ ଭାବୁଛୁ ବୁଝି ହଉନି ।

ବାପା ହୋଟେଲରେ ଖାଉଚୁୁ
ନିଇତି ଟିକିଏ ପିଉଚୁ,
ମୋବାଇଲ ନୀତି କେଞ୍ଚୁଚୁ
ଥେଇଥେଇ ଖାଲି ହଉଚୁ ।

ପାଟିରେ ଗୋଟେ ଗୁଟୁଖା ଭରି
ଦେହରେ ଟିକେ ଅତର ମାରି
ଚାଲିଲେ ବାବୁ ଲାଇନ ମାରି…

ବାଇଆ ଆମ ଭାରି ରସିକ
ପ୍ରେମରେ ଗଲା ଛନ୍ଦି,
ଆର ଗାଁର ମିନିକୁ ନେଇ
ଫେରାର ହେଲା…
ଖୋଜୁଥା ଗଳି କନ୍ଦି ।

ବୁଲି ବୁଲିକି ଘର ଆସିଲେ
ହେଲେଟି ଏବେ ବାହା,
ବର୍ଷକ ପରେ ହେଲା
ଗୋଟିଏ ଛୁଆ ।

ଟଙ୍କା ପଇସାର ଅଭାବ ହେଲା
ଖଟି ଖଟିକି ଜୀବନ ଗଲା…
ବାଇଆ ମନ ଘର ଧରିଲା
ଏବେ ମୁଣ୍ଡରେ ବୁଦ୍ଧି ପଶିଲା,
କାହିଁକି ହେଲି ବାହା
ପାଉନାହିଁ ମୁଁ ରାହା ।

– ଜଗନ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜଗନ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।