You are currently viewing କରେ ଶପଥ !
କରେ ଶପଥ !

କରେ ଶପଥ !

ଜଳୁ ନାହିଁ ଆଜି ମହମବତୀ
ଶୋଭାଯାତ୍ରା ନାହିଁ, ନାହାଁନ୍ତି ଯାତ୍ରୀ
ଲୋକଦେଖାଣିଆ ସେ ଦେଶପ୍ରୀତି
କୁମ୍ଭୀର କାନ୍ଦଣା କେଇଟି ରାତି ॥

ଦେହେ ଶିହରଣ ଗୋଟିଏ କାରଣ
ବିନା ଲଢ଼େଇରେ ହାରିଲେ ପ୍ରାଣ
ବୀର ଖୋଜେ କିନ୍ତୁ କ୍ଷେତ୍ର ରଣ
ରକ୍ତେ ଧୋଇବାକୁ ମାଆ ଚରଣ ॥

ବୁନ୍ଦା ବୁନ୍ଦା ତୁମ ଦେହ ରକତ
ଆତ୍ମାକୁ ଥରାଏ ସଦା ଶତତ
ମୂହୁର୍ତ୍ତ ମୂହୁର୍ତ୍ତ କରେ ଶପଥ
ଦେଶ ସେବା କରି ହୁଅନ୍ତି ହତ ॥

ଯାଆନ୍ତି କି କେବେ ଫୁଲବାମା ଭୂଇଁ
ପ୍ରାଣ ମୋର ସେଠି ଦିଅନ୍ତି ଥୋଇ
ଚିତ୍କାର କରନ୍ତି ସେ ମାଟି ଛୁଇଁ
ଜଣକୁ ତ ଫେରା କଳା ଗୋସାଇଁ ॥

– ସତ୍ୟବ୍ରତ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...