You are currently viewing ଟିକିଏ ହସିଦେଇ କହିଦେ ମୁଁ ହାରିବିନି
ଟିକିଏ ହସିଦେଇ କହିଦେ ମୁଁ ହାରିବିନି

ଟିକିଏ ହସିଦେଇ କହିଦେ ମୁଁ ହାରିବିନି

ବ୍ୟସ୍ତ ବିବ୍ରତ ଦୁନିଆରେ
ଜୀବନର ଛକାପଞ୍ଝା ଖେଳରେ
କେବେ ପରାସ୍ତ ହେଇଗଲେ
ଟିକିଏ ହସିଦେଇ
କହିଦେ ମୁଁ ହାରିବିନି ।

ପ୍ରତିଯୋଗିତା ପୂର୍ଣ୍ଣ ସମାଜରେ
ତୁ ପଛେଇ ଗଲେ
ଭୟ କରନି
ଟିକିଏ ରହିଯା
ଟିକିଏ ହସିଦେଇ
କହିଦେ ମୁଁ ହାରିବିନି ।

ସପନ ପଥେ ଚାଲୁ ଚାଲୁ
ଗୋଡ଼ ଖସିଗଲେ
ଭାଙ୍ଗି ପଡ଼ନି
ଟିକିଏ ରହିଯା
ଟିକିଏ ହସିଦେଇ
କହିଦେ ମୁଁ ହାରିବିନି ।

ଅନ୍ଧାରରେ ତୋ’ ରଙ୍ଗ ଲୁଚିଗଲେ
ବ୍ୟସ୍ତ ହୁଅନି
ଟିକିଏ ଅପେକ୍ଷା କର
ଅନ୍ଧାର ଅପସରି ଗଲାପରେ
ନୀଳ ଆକାଶରେ
ପ୍ରଭାକର ଉଠିବ
ତୋ’ ରଙ୍ଗ ଇନ୍ଦ୍ରଧନୁ ପରି ଶୋଭା ପାଇବ
ସେଥିପାଇଁ ଟିକିଏ ହସିଦେଇ
କହିଦେ ମୁଁ ହାରିବିନି ।

ଅନ୍ୟର କୁକର୍ମ ଯଦି
ତୋ’ ହୃଦୟକୁ ମର୍ମାହତ କରେ
କ୍ରୋଧର ଜ୍ୱାଳାରେ
ନିଜକୁ ସମର୍ପି ଦେ’ନି
ତାକୁ କ୍ଷମା କର
ଟିକିଏ ହସିଦେଇ
କହିଦେ ମୁଁ ହାରିବିନି ।

ସ୍ୱାର୍ଥପର ସମାଜରେ
ହାସ୍ୟାସ୍ପଦ ହେବା ଭୟରେ
ନିଜ କର୍ମ, ଇଚ୍ଛାର ବଳିଦାନ କରନି
ବିନା ଦ୍ୱିଧାରେ ପାଦ ବଢ଼ାଇଚାଲ
ତୁ ବି ଟିକିଏ ହସିଦେଇ
କହିଦେ ମୁଁ ହାରିବିନି ।

– ସୁନିତା ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।